fbpx
BSKY
BJD SHG SKY
BJD MC SKY

କରୋନା କାଳରେ ଏଣ୍ଟ୍ରି ମାରିଲା ଆଉ ଏକ ମାରାତ୍ମକ ଭାଇରସ୍: ଜାଣନ୍ତୁ ନାଁ ଏବଂ କେଉଁଠାରୁ ହେଲା ଚିହ୍ନଟ?

ନୂଆଦିଲ୍ଲୀ: ସମଗ୍ର ବିଶ୍ୱ ଏବେବି କରୋନାକୁ ସମ୍ପୂର୍ଣ୍ଣ ଶେଷ କରିବାକୁ ଯୁଦ୍ଧ କରୁଛି । ଏହି ଭାଇରସ୍ ଚୀନରେ ପୁଣିଥରେ ହଇଚଇ ସୃଷ୍ଟି କରିଛି । ଏହି ବିପଦ ଏପର୍ଯ୍ୟନ୍ତ ଶେଷ ହୋଇନଥିବା ବେଳେ ଆଉ ଏକ ଭାଇରସ୍ ଏଣ୍ଟ୍ରି ମାରିଛି । ରିପୋର୍ଟ ଅନୁସାରେ, ବିଟ୍ରେନରେ ମଙ୍କିପକ୍ସ ଭାଇରସର ଏକ ମାମଲା ଚିହ୍ନଟ ହୋଇଛି । କୁହାଯାଉଛି ଯେ, ଏହି ଭାଇରସ୍ ମୂଷା ଭଳି ସଂକ୍ରମିତ ଜୀବଙ୍କଠାରୁ ମଣିଷକୁ ବ୍ୟାପିଥାଏ ।

ଏହି ଭାଇରସରେ ଚିହ୍ନଟ ହୋଇଥିବା ବ୍ୟକ୍ତି ନିକଟରେ ନାଇଜେରିଆରୁ ଆସିଥିଲେ । ଏପରି ପରିସ୍ଥିତିରେ ଏହି ଭାଇରସ୍ ସେଠାରୁ ଆସିଥିବା କୁହାଯାଉଛି । ଏହି ମାମଲା ଚିହ୍ନଟ ପରେ ବ୍ରିଟେନର ସ୍ୱାସ୍ଥ୍ୟ ସୁରକ୍ଷା ଏଜେନ୍ସି ସତର୍କ ରହିଛି । ପୂରା ଶରୀର ଓ ମୁହଁରେ ଦାଗ ହେବା ଏହି ଭାଇରସର ଲକ୍ଷଣ ।

ଏଜେନ୍ସିର କହିବା ମୁତାବକ, ମଙ୍କିପକ୍ସ ଏକ ବିରଳ ଭାଇରସ୍ ଓ ଏହା ଅତି ସହଜରେ ବ୍ୟାପିନଥାଏ । ଏହି ଭାଇରସ୍ ଉପରେ ଏକ ଅଧ୍ୟୟନ କରାଯାଇଛି । ଏହାର ଲକ୍ଷଣ ବି ସାମାନ୍ୟ । ଆଶ୍ୱସ୍ତିକର ଖବର କି, ଏଥିରେ ପୀଡିତ ରୋଗୀ କିଛି ସପ୍ତାହରେ ଠିକ୍ ହୋଇପାରିବେ । ଅବଶ୍ୟ ଇମ୍ୟୁନିଟି ସିଷ୍ଟମ ଦୁର୍ବଳ ହେଲେ ଏହା ବିପଜ୍ଜନକ ହୋଇପାରେ । ଗତବର୍ଷ ଜୁଲାଇରେ ଆମେରିକାର ଟେକ୍ସାସରେ ଜଣେ ବ୍ୟକ୍ତି ଏହି ଭାଇରସରେ ସଂକ୍ରମିତ ହୋଇଥିଲେ ।

Get real time updates directly on you device, subscribe now.