fbpx

ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ

ନୂଆଦିଲ୍ଲୀ: ଭାରତରେ ଟେସ୍‌ଲା କାର୍‌ ଫ୍ୟାକ୍ଟ୍ରି ପ୍ରତିଷ୍ଠା ପାଇଁ ମସ୍କଙ୍କୁ ପୁନାୱାଲାଙ୍କ ପରାମର୍ଶ ଦେଇଛନ୍ତି । ବିଶ୍ୱର ସବୁଠୁ ଧନୀ ଏଲନ୍‌ ମସ୍କ ଟ୍ୱିଟରକୁ ୪୪ ଅରବ ଡଲାରରେ କିଣି ସବୁଠି ଏବେ ଚର୍ଚ୍ଚାରେ ରହିଛନ୍ତି । ଏନେଇ ଏଲନ୍‌ ମସ୍କଙ୍କୁ ଏକ ଉପଦେଶ ଦେଇଛନ୍ତି ସିରମ ଇନଷ୍ଟିଚ୍ୟୁଟର ସିଇଓ ଅଦଲ ପୁନାୱାଲା । ଦୁନିଆର ସବୁଠୁ ବଡ଼ ଭ୍ୟାକ୍ସିନ୍‌ ନିର୍ମାଣକାରୀ କମ୍ପାନୀ ସିଇଓ ପୁନାୱାଲା ଟ୍ୱିଟ୍‌ କରି ଏଲନ୍‌ ମସ୍କଙ୍କୁ ପରାମର୍ଶ ଦେଇଛନ୍ତି । ଯଦି ଟ୍ୱିଟର କ୍ରୟ କାର୍ଯ୍ୟ ସମ୍ପୂର୍ଣ୍ଣ ନ ହୁଏ ତେବେ ସେହି ଅର୍ଥରୁ କିଛି ଭାରତରେ ନିବେଶ କରିାରନ୍ତି ।

ଏଠାରେ ଆପଣ ଟେସଲା କାରର ଏକ ବଡ଼ ଓ ଉଚ୍ଚମାନର ଫ୍ୟାକ୍ଟ୍ରି ପ୍ରତିଷ୍ଠା କରିାରନ୍ତି । ମୁଁ ଆପଣଙ୍କୁ ଭରସା ଦେଇପାରେ କି ଆପଣ ଆଜି ଯାଏ ଯେତେ ନିବେଶ କରିଛନ୍ତି ଏହା ସବୁଠୁ ଭଲ ପୁଞ୍ଜିନିବେଶ ହେବ । ଭାରତରେ ଟେସଲା କାର ନିର୍ମାଣ ନେଇ ସରକାର ଓ ଏଲନ୍‌ ମସ୍କଙ୍କ ମଧ୍ୟରେ ବିବାଦ ଚାଲିଛି । ଭାରତରେ ଇଲେକ୍ଟ୍ରିକ୍‌ ମାର୍କେଟ୍‌ ବିସ୍ତାରିତ ହେଉଥିବା ବେଳେ ଏଲନ୍‌ ମସ୍କ ଏଯାଏ ଟେସଲା କାର ଲଞ୍ଚ କରିନାହାନ୍ତି । ଭାରତରେ ଟେସଲା କାର କାରାଖାନା ପ୍ରତିଷ୍ଠା ପୂର୍ବରୁ ଏଲନ୍‌ ମସ୍କ ବାହାରୁ କାର୍‌ ଆମଦାନୀ ଉପରେ ରିହାତି ଚାହୁଁଛନ୍ତି ଏବଂ ଉକ୍ତ କାରର ଟ୍ରାଏଲ୍‌ ଚାହାଁନ୍ତି । କିନ୍ତୁ ସରାକରଙ୍କ ଅନୁସାରେ, ଟେସଲା ଦେଶରେ କାର ବିକିବ ତ ଫ୍ୟାକ୍ଟ୍ରି କରୁ ।

Get real time updates directly on you device, subscribe now.