fbpx

ରାହୁଲ ଗାନ୍ଧୀଙ୍କ ନାଁରେ ଆଉ ଏକ ମାନହାନୀ ମାମଲା ରୁଜୁ: ଆରଏସଏସକୁ କହିଥିଲେ ଏକବିଂଶ ଶତାବ୍ଦୀର କୌରବ

ନୂଆଦିଲ୍ଲୀ: କଂଗ୍ରେସର ପୂର୍ବତନ ସାଂସଦ ରାହୁଲ ଗାନ୍ଧୀଙ୍କ ସମସ୍ୟା କମିବାର ନାଁ ନେଉନାହିଁ । ମୋଦୀ ସରନେମକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଂସଦର ସଦସ୍ୟତା ହରାଇଥିବା ରାହୁଲ ଗାନ୍ଧୀଙ୍କ ବିରୋଧରେ ହରିଦ୍ୱାରରେ ଆଉ ଏକ ମାନହାନି ମକଦ୍ଦମା ଦାୟର କରାଯାଇଛି । ଖବର ଅନୁସାରେ, ରାହୁଲଙ୍କ ଭାରତ ଯୋଡ ଯାତ୍ରା ସମୟରେ ହରିୟାଣାର ଅମ୍ବାଲାରେ ଆରଏସଏସ ଉପରେ ଦିଆଯାଇଥିବା ମନ୍ତବ୍ୟ ସମ୍ପର୍କରେ ଜଣେ ସଂଗଠନ କର୍ମୀ ମାମଲା ଦାୟର କରିଛନ୍ତି । ଅମ୍ବାଲାରେ ସଂଘକୁ କୌରବ ସହ ତୁଳନା କରିବା ସହ ବିଜେପିକୁ ଆଟାକ୍ କରିଥିଲେ ରାହୁଲ, ଯାହାକୁ ନେଇ ସେ ଏବେ ଆଉ ଏକ ସମସ୍ୟାରେ ପଶିବାକୁ ଯାଉଛନ୍ତି ।

ରାହୁଲ ଗାନ୍ଧୀଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୨ ରେ ହେବ । ତେବେ ଏଠାରେ ମୋଦୀ ସରନେମ୍ ମାମଲାରେ ରାହୁଲଙ୍କ ବିରୋଧରେ ହୋଇଥିବା ଅନ୍ୟ ଏକ ମାନହାନୀ ମାମଲାରେ ଏପ୍ରିଲ୍ ୧୨ ରେ ପାଟଣାର ସାଂସଦ / ବିଧାୟକ କୋର୍ଟରେ ଶୁଣାଣି ହେବ ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.