fbpx

ବିହାରରେ ଥମୁନି ହିଂସା : ସାସାରାମରେ ବୋମା ବିସ୍ଫୋରଣରେ ୫ ଜଣ ଆହତ, ଗୁଳିରେ କମ୍ପିଲା ନାଲନ୍ଦା

ବିହାର: ସାସାରାମ ଏବଂ ନାଲନ୍ଦାରେ ରାମ ନବମୀ ସମୟରେ ଆରମ୍ଭ ହୋଇଥିବା ହିଂସା ବନ୍ଦ ହେବାର ନାମ ନେଉନାହିଁ । ସଦ୍ୟତମ ହିଂସା ଘଟଣାରେ ସାସାରାମରେ ଏକ ବୋମା ବିସ୍ଫୋରଣ ଘଟଥିଲା, ଯେଉଁଥିରେ ୫ ଜଣ ଆହତ ହୋଇଥିଲେ । ଏଥି ସହ ନାଲନ୍ଦାର ବିହାରଶରିଫର ପହରପୁରା ଅଞ୍ଚଳରେ ଶନିବାର ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ପ୍ରବଳ ଗୁଳି ବିନିମୟ ହୋଇଥିଲା ।

ସୂଚନାନୁସାରେ, ପ୍ରାୟ ୧୨ ରାଉଣ୍ଡ ଗୁଳି ବିନିମୟ ହୋଇଥିଲା ଯେଉଁଥିପାଇଁ ଏହି ଅଞ୍ଚଳରେ ଆତଙ୍କ ଖେଳିଯାଇଛି । ବିହାରଶରିଫରେ ଜିଲ୍ଲା ମାଜିଷ୍ଟ୍ରେଟ୍ ଶଶାଙ୍କ ଶୁଭଙ୍କର କର୍ଫ୍ୟୁ ଲାଗୁ କରିବାକୁ ଘୋଷଣା କରିଥିବାବେଳେ ୧୪୪ ଟି ବଳବତ୍ତର ରହିଛି । ପୁରା ସହରକୁ ପୋଲିସ୍ କ୍ୟାଣ୍ଟନମେଣ୍ଟରେ ପରିଣତ କରାଯାଇଛି ଏବଂ ରାପିଡ୍ ଆକ୍ସନ୍ ଫୋର୍ସ ମଧ୍ୟ ସହରରେ ପାଟ୍ରୋଲିଂ କରୁଛି ।

ଶନିବାର ସନ୍ଧ୍ୟାରେ ତାଜା ହିଂସା ପରେ ବିହାରର ସାସାରାମ ସହରରେ ହୋଇଥିବା ବୋମା ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ଅଧିକାରୀ କହିଛନ୍ତି ଯେ ଆହତମାନଙ୍କୁ ଡାକ୍ତରଖାନା ନିଆଯାଇଛି ଏବଂ ଏକ ଫୋରେନସିକ୍ ଟିମ୍ ଘଟଣାସ୍ଥଳକୁ ପଠାଯାଇଛି । ସାସାରାମ ଡିଏମ ଧର୍ମେନ୍ଦ୍ର କୁମାର କହିଛନ୍ତି, “ସାସାରାମରେ ବୋମା ବିସ୍ଫୋରଣ ହୋଇଥିଲା । ଆହତମାନଙ୍କୁ ବିଏଚୟୁ ଡାକ୍ତରଖାନାକୁ ପଠାଯାଇଥିଲା । ଆମେ ବର୍ତ୍ତମାନ ସମସ୍ତ ଦିଗ ଅନୁସନ୍ଧାନ କରୁଛୁ ।”

Get real time updates directly on you device, subscribe now.