fbpx

ପୁଣି ବଢ଼ିଲା ଆର୍ଯ୍ୟନଙ୍କ ଅଡ଼ୁଆ ! ଜଣେ ଅଭିନେତ୍ରୀଙ୍କ ସହ ଡ୍ରଗ୍ସ ମାମଲାରେ ଚାଟ୍ କରିଥିବା ଖୁଲାସା, ଆଜି ହେବ ଜାମିନ୍ ଶୁଣାଣି

ମୁମ୍ବାଇ: କ୍ରୁଜରେ ଡ୍ରଗ୍ସ କାରବାର ମାମଲାରେ ଫସିଥିବା ବଲିଉଡ ଅଭିନେତା ଶାହାରୁଖ ଖାନ ଓ ଗୌରୀଙ୍କ ବଡ଼ ପୁଅ ଆର୍ଯ୍ୟନ୍ ଏବେ ଜେଲରେ ଅଛନ୍ତି । ଆଜି ଜାମିନ ଆବେଦନର ଶୁଣାଣି ପାଇଁ ଦିନ ଧାର୍ଯ୍ୟ ହୋଇଥିବା ବେଳେ ଆଉ ଏକ ବଡ଼ ଖୁଲାସା ହୋଇଛି । ଜାମିନ ଶୁଣାଣି ପୂର୍ବରୁ କୋର୍ଟରେ ଆଉ କିଛି ତଥ୍ୟ ଦାଖଲ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ବା ଏନସିବି ।

ଖବର ମୁତାବକ, କ୍ରୁଜ ପାର୍ଟି ମାମଲାରେ ଆର୍ଯ୍ୟନ ଖାନ ବଲିଉଡର ଜଣେ ଅପକମିଂ ଅଭିନେତ୍ରୀଙ୍କ ସହ କରିଥିବା ଚାଟ୍ ଏନସିବି ହାତରେ ଲାଗିଛି । ଦୁହିଁଙ୍କ ମଧ୍ୟରେ ଡ୍ରଗ୍ସକୁ ନେଇ ଚାଟ୍ ହୋଇଥିବା ଜଣାପଡିଛି । ଡ୍ରଗ୍ସ ନେଇ ହୋଇଥିବା ଚାଟ୍ ମେସେଜ୍ ଗୁଡ଼ିକୁ ଏନସିବି କୋର୍ଟରେ ଦାଖଲ କରିଛି । କିନ୍ତୁ ବଲିଉଡ୍ର ଏହି ଅପ୍କମିଂ ଅଭିନେତ୍ରୀ ଜଣଙ୍କ କିଏ, ସେନେଇ କୌଣସି ସୂଚନା ମିଳିନାହିଁ ।

ତେବେ ଅକ୍ଟୋବର ୨ରେ ମୁମ୍ବାଇରେ କ୍ରୁଜ୍ ପାର୍ଟିରେ ଚଢ଼ାଉ ପରେ ଆର୍ଯ୍ୟନ ଖାନ୍ ଗିରଫ ହୋଇଥିଲେ । ମୁମ୍ବାଇର ଗୋଆ ଯାଉଥିବା କ୍ରୁଜ ସିପରେ ହେଉଥିବା ଡ୍ରଗ୍ସ ପାର୍ଟିରେ ଆର୍ଯ୍ୟନ୍ ସାମିଲ ଥିଲେ । କ୍ରୁଜ ସିପରେ ଚଢ଼ାଉ କରି ଆର୍ଯ୍ୟନ, ଅରୱାଜଙ୍କ ସମତେ ୮ ଜଣଙ୍କୁ ଗିରଫ କରିଥିଲା ଏନସିବି । ସେମାନଙ୍କ ମଧ୍ୟରେ ୨ ଜଣ ମହିଳା ଅଛନ୍ତି । ଆର୍ଯ୍ୟନଙ୍କୁ ଆର୍ଥର ରୋଡ୍ ଜେଲ୍ରେ ରଖାଯାଇଛି । ବିଜେପିରେ ଜଡ଼ିତ କିଛି ନେତା କ୍ରୁଜରେ ହେଉଥିବା ଡ୍ରଗ୍ସ ପାର୍ଟି ବିଷୟରେ ଏନସିବିକୁ ଖବର ଦେଇଥିଲେ । ଖବର ମିଳିବା ପରେ ଏନସିବି ଆକ୍ସନ ନେଇଥିଲା ।

Get real time updates directly on you device, subscribe now.