fbpx

ପଡ଼ିଆ ମେଡିକାଲ ଲାଞ୍ଚ ମାମଲା ରେ ଆଉ ଜଣେ କର୍ମଚାରୀ ଗିରଫ ।

 ପଡିଆ,(ଆପ୍ର),୨୪/୧୧:- ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ର ମେଡିକାଲ ରେ ପୂର୍ବରୁ ମଧ୍ୟ ଜଣେ କର୍ମଚାରୀ ଙ୍କୁ ଲାଞ୍ଚ ନେଇ ଥିବାରୁ ଜିଲ୍ଲା ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯାଇଥିଲା ଏବଂ ଆଜି ସେହି ଲାଞ୍ଚ ମାମଲା ରେ ସମ୍ପୃକ୍ତ ଥିବା ଜଣେ ମେଡିକାଲ କର୍ମଚାରୀ ଙ୍କୁ ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ଗିରଫ କରାଯାଇଛି । ଗିରଫ ହୋଇଥିବା ଡାକ୍ତର ଜଣକ କହିଛନ୍ତି ପାଣୁ ଚରଣ ମଣ୍ଡଳ, ସେ ମାଲକାନଗିରି ଜିଲ୍ଲା ପଡିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଅଛନ୍ତି । ସୂଚନା ଅନୁସାରେ, ଗତ ମାସ ଅକ୍ଟୋବର ୨୦ ତାରିଖରେ ବ୍ଲକ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀମନ୍ତ ଅତିବୁଦ୍ଧି ଜଣେ ବ୍ୟକ୍ତିଙ୍କଠାରୁ ଗାଡି ଭଡା ବାବଦ ବିଲ୍‌ କରିବା ପାଇଁ ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଲକାନଗିରି ଭିଜିଲାନ୍ସ ଟିମ୍‌ ଦ୍ୱାରା ଗିରଫ କରିଥିଲେ । ମାଲକାନଗିରି ଭିଜିଲାନ୍ସ ଡି.ଏସ୍‌.ପି ଙ୍କ ନେତୃତ୍ୱରେ ଏକ ଟିମ୍‌ ଶ୍ରୀମନ୍ତଙ୍କୁ ପଚରାଉଚରା କରିଥିଲେ, ଏହି ସମୟରେ ମେଡିକାଲ ଅଫିସର ଡାକ୍ତର ପାଣୁ ଚରଣ ମଣ୍ଡଳ ମଧ୍ୟ ସମ୍ପୃକ୍ତି ଥିବା ନେଇ ପଦାକୁ ଆସିଥିଲା ଓ ଆଜି ସକାଳୁ ପାଣୁ ଚରଣ ଙ୍କ ଘରେ ଚଢ଼ଉ କରି ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ପୂର୍ବରୁ ପାଣୁଚରଣ ଖଣ୍ଡପଡ଼ାରେ କାର୍ଯ୍ୟରତ ଥିବାବେଳେ ୭୫୦୦ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିଲେ । ଏହା ସହ ତାଙ୍କର ଆୟ ବହିର୍ଭୂତ ସମ୍ପତ୍ତି ଥିବା ଜଣାପଡିଛ ।

Get real time updates directly on you device, subscribe now.