fbpx

ୟୁପିରେ ବିକାଶ ପରେ ଆଉ ଜଣକୁ ଏନକାଉଣ୍ଟର

ଲକ୍ଷ୍ନୌ,୧୦ ।୭: ଉତ୍ତର ପ୍ରଦେଶ ପୋଲିସ ଓ ସ୍ପେଶାଲ ଷ୍ଟାଫ୍ ଫୋର୍ସ ୫ ଲକ୍ଷ ଟଙ୍କାର ପୁରସ୍କାର ଥିବା ଅପରାଧୀ ବିକାଶ ଦୁବେକୁ ଏନକାଉଣ୍ଟରରେ ନିହତ କରିଛନ୍ତି । ଆଜି ସକାଳେ ବିକାଶ ଦୁବେକୁ ଏନକାଉଣ୍ଟର କରି ମାରିବା ସହ ଆଉ ଜଣେ ଅପରାଧୀକୁ ଏନକାଉଣ୍ଟର କରିଛି ଉତ୍ତରପ୍ରଦେଶ ପୋଲିସ । ଉତ୍ତରପ୍ରଦେଶ ବାହରାଇଚରେ ଏସ୍ଟିଏଫ୍ ଟିମ୍ ଓ ହରଦିର ପୋଲିସ ମିଳିତ ଭାବେ ଆଉ ଜଣେ କୁଖ୍ୟାତ ଅପରାଧୀ ପନ୍ନା ଯାଦବଙ୍କୁ କରିଛନ୍ତି ।

ପନ୍ନାକୁ ଗୁଳି ଲାଗିବା ପରେ ତାକୁ ପିଏଚ୍ସିରୁ ଜିଲା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସିତ ଅବସ୍ଥାରେ ପନ୍ନାର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ, ପାନ୍ନା ବହୁ ଅପରାଧିକ ମାମଲାରେ ଜଡିତ ଥିବା ବେଳେ ତାଙ୍କ ବିଷୟରେ ସୂଚନା ଦେବା ପାଇଁ ପୋଲିସ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା । ଗୋରଖପୁର ଜେଲରୁ ଜେଲରଙ୍କୁ ମାଡ଼ମାରି ଖସିପଳାଇଥିବା ପନ୍ନା ବିରୋଧରେ ୨୦ରୁ ଅଧିକ ହତ୍ୟା, ଡକାୟତି ଓ ବଟି ଆଦାୟ ଭଳି ମାମଲା ରହିଛି । ମହରାଜାଗଞ୍ଜ, ଗୋରଖପୁର, ବାରାବାଙ୍କି, ଆଜମଗଡ଼ ଓ ଲକ୍ଷୀପୁର ଜିଲାରେ ତାଙ୍କ ନାଁରେ ଅପରାଧିକ ମାମଲା ରହିଛି । ତେବେ ପନ୍ନା ଯାଦକ ମଙ୍ଗଳପୁର ଗୁଲରିଆର ବାସିନ୍ଦା ଥିବା ଜଣାପଡିଛି ।

Get real time updates directly on you device, subscribe now.