fbpx

ଭାରତର ଆଉ ଏକ ଶତ୍ରୁ ପାକିସ୍ତାନରେ ନିହତ: ଲଶ୍କର-ଏ-ତାଇବାର ଆତଙ୍କବାଦୀ ଅକରମ ଗାଜିକୁ ହତ୍ୟା

Advertisement

ନୂଆଦିଲ୍ଲୀ: ଭାରତର ଶତ୍ରୁମାନଙ୍କୁ ଲଗାତାର ଦେଶ ବାହାରେ ଶେଷ କରାଯାଉଛି । ଭାରତ ବିରୋଧରେ ବିଷ ଉଗାଳୁଥିବା ଲଶ୍କର-ଏ-ତାଇବା ଆତଙ୍କବାଦୀ ଅକରମ ଖାନ ଛଦ୍ମନାମ ଅକରମ ଗାଜିକୁ ଗୁଳି କରି ହତ୍ୟା କରାଯାଇଛି । ଗୁରୁବାର ଦିନ ପାକିସ୍ତାନର ବାଜୌରରେ ଅକରମ ଗାଜିକୁ ଅଜଣା ଆକ୍ରମଣକାରୀମାନେ ଗୁଳି କରି ହତ୍ୟା କରିଛନ୍ତି । ସେ ୨୦୧୮ ରୁ ୨୦୨୦ ପର୍ଯ୍ୟନ୍ତ ନିଯୁକ୍ତି ସେଲର ମୁଖ୍ୟ ମଧ୍ୟ ଥିଲା । ସେ ଭାରତ ବିରୋଧରେ ଉଗ୍ରବାଦୀ କାର୍ଯ୍ୟକଳାପରେ ଜଡିତ ଥିଲା । ଆତଙ୍କବାଦୀ ନିଯୁକ୍ତି ପାଇଁ ସେ ଦାୟୀ ଥିଲା । କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାରେ ତାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିଲା । ଗାଜୀର ହତ୍ୟା ପଛରେ ସ୍ଥାନୀୟ ପ୍ରତିଦ୍ୱନ୍ଦ୍ୱୀ ଏବଂ ଲଶ୍କର ମଧ୍ୟରେ ଥିବା ଆଭ୍ୟନ୍ତରୀଣ ବିବାଦ ବୋଲି ବିଶ୍ୱାସ କରାଯାଉଛି । ପାକିସ୍ତାନୀ ଏଜେନ୍ସି ଗାଜୀର ହତ୍ୟା ଘଟଣାର ତଦନ୍ତ କରୁଛନ୍ତି ।

ଭାରତର ଶତ୍ରୁ ଗାଜୀର ହତ୍ୟା ଲଶ୍କର ଏବଂ ଏହାର ମୂଳ ସଂଗଠନ ଆଇଏସଆଇ ପାଇଁ ଏକ ବଡ ଝଟକା । ପାକିସ୍ତାନର ଖୈବର ପାଖ୍ତୁନଖୱାଠାରେ ଲଶ୍କର କମାଣ୍ଡର ଗାଜିକୁ ଗୁଳି କରାଯାଇଛି । ଗତ ଏକ ସପ୍ତାହ ମଧ୍ୟରେ ପାକିସ୍ତାନରେ ହେଉଥିବା ଭାରତର ଶତ୍ରୁଙ୍କ ଲଗାତାର ଏହା ଦ୍ୱିତୀୟ ହତ୍ୟା । ଏହାପୂର୍ବରୁ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଆଉ ଜଣେ ଆତଙ୍କବାଦୀ ନିହତ ହୋଇଥିଲା । ସେ ମୁଖ୍ୟତଃ ୨୦୧୮-୨୦ ମଧ୍ୟରେ କାଶ୍ମୀରର ଯୁବକମାନଙ୍କୁ ଆତଙ୍କବାଦୀ ସଂଗଠନରେ ନିୟୋଜିତ କରିବା ପାଇଁ ଦାୟୀ ଥିଲା । ସେ କାଶ୍ମୀର ଉପତ୍ୟକାର ଅନେକ ଯୁବକଙ୍କୁ ଆତଙ୍କବାଦୀରେ ପରିଣତ କରି ଭାରତରେ ଅନୁପ୍ରବେଶ କରାଉଥିଲା ।

ଜାମ୍ମୁ କାଶ୍ମୀରରେ ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା କି?
ସେ ୨୦୧୮ ମସିହାରେ ଜାମ୍ମୁ କାଶ୍ମୀରର ସୁଞ୍ଜୱାନ ହୋଇଥିବା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲା । ଅକରମ ଗାଜି କାଶ୍ମୀରରୁ ଖ୍ୱାଜା ସହିଦଙ୍କୁ ଅପହରଣ କରି ନେଇଥିଲା । ପରେ ପିଓକେରେ କଣ୍ଟ୍ରୋଲ୍ ଲାଇନ୍ ନିକଟରେ ତାଙ୍କର କଟା ମୁଣ୍ଡ ମିଳିଥିଲା । ସେ ଭାରତ ବିରୋଧରେ ଆତଙ୍କବାଦୀ ଷଡଯନ୍ତ୍ରର ସୂତ୍ରଧାର ମଧ୍ୟରେ ଜଣେ । ଅକରମ ଗାଜୀ ନିଜ ଭାଷଣରେ ଭାରତ ବିରୋଧରେ ବିଷାକ୍ତ ଶବ୍ଦ କହୁଥିଲା । ସେ ଆତଙ୍କବାଦୀଙ୍କ କେନ୍ଦ୍ରୀୟ ନିଯୁକ୍ତି ସେଲର ଜଣେ ପ୍ରମୁଖ ସଦସ୍ୟ ଥିଲଶ । ଖୈବର ପାଖ୍ତୁନଖୱାର ବାଜୌ ରରେ କେତେକ ଅଭିଯୁକ୍ତି ବାଇକରେ ଆସି ଅକରମ ଉପରକୁ ଗୁଳି ଚଳାଇଥିଲେ ।

Get real time updates directly on you device, subscribe now.