ପୁଣି ରାଜଧାନୀରେ ଛାତ୍ରୀଙ୍କ ଆତ୍ମହତ୍ୟା, ମିଳିଲା ଝୁଲନ୍ତା ମୃତଦେହ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପଟେ ବିଜେବି କଲେଜ ଛାତ୍ରୀ ଆତ୍ମହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟିକରିଛି । ବିଜେବି ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଏବେବି ପ୍ରଶ୍ନ ଘେରରେ ରହିଛି । ରୁଚିକାଙ୍କ ପରିବାର ଲୋକ କଲେଜ ସାମ୍ନାରେ ନ୍ୟାୟ ବିକ୍ଷୋଭ ଜାରି ରଖିଛନ୍ତି । ଏହି ମାମଲା ବିଧାନସଭାରେ ପହଞ୍ଚିଥିବେଳେ ଆଜି ପୁଣି ରାଜଧାନୀରେ ଆଉ ଜଣେ ଛାତ୍ରୀ ଆତ୍ମହତ୍ୟା ନେଇ ସୂଚନା ମିଳିଛି ।

ସୂଚନା ଅନୂଯାୟୀ, ଭୁବନେଶ୍ୱରର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢ଼ୁଥିବା ଜଣେ ଏମସିଏ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ଆଚାର୍ଯ୍ୟ ବିହାରରେ ରହୁଥିବା ଏକ ଭଡ଼ା ଘରୁ ତାଙ୍କର ମୃତଦେହ ଉଦ୍ଧାର କରାଯାଇଛି । ଛାତ୍ରୀ ଜଣକ ବେକରେ ଫାଶି ଲଗାଇଥିବା ଅବସ୍ଥାରେ ମିଳିଛି ମୃତଦେହ । ତେବେ ଏପର୍ଯ୍ୟନ୍ତ ମୃତ୍ୟୁର କାରଣ ଜଣାପଡ଼ିନଥିବାବେଳେ, ମୃତଦେହ ଜବତ କରି ତନାଘନା ଆରମ୍ଭ କରିଛି ପୋଲିସ୍ ।

Get real time updates directly on you device, subscribe now.