fbpx

Para Olympics-2024… ଭାରତକୁ ଆଉ ଏକ ସ୍ୱର୍ଣ୍ଣ: ହାଇ-ଜମ୍ପରେ Gold Medal ଜିତି ରେକର୍ଡ କଲେ ପ୍ରବୀଣ କୁମାର

ନୂଆଦିଲ୍ଲୀ: ପାରା ଅଲିମ୍ପିକ୍ସ-୨୦୨୪ ଭାରତକୁ ମିଳିଛି ଆଉ ଏକ ସ୍ୱର୍ଣ୍ଣ ପଦକ । ଉଚ୍ଚ ଡିଆଁ(ହାଇ ଜମ୍ପ)ରେ ଭାରତ ପାଇଁ ସୁନା ପୁଅ ପାଲଟିଛନ୍ତି ପାରା ଆଥଲେଟ୍ ପ୍ରବୀଣ କୁମାର । ଏଫ୬୪ ଫାଇନାଲରେ ସର୍ବାଧିକ ଉଚ୍ଚତାର ଜମ୍ପ କରି ସ୍ୱର୍ଣ୍ଣ ପଦକ ଉପରେ କବଜା କରିଛନ୍ତି ପ୍ରବୀଣ । ଏହାସହିତ ଭାରତ ପାଇଁ ଚଳିତ ପାରା ଅଲିମ୍ପିକ୍ସରେ ସେ ୨୬ ତମ ପଦକ ହାସଲ କରିଛନ୍ତି ।

ପ୍ୟାରିସରେ ଖେଳା ଯାଉଥିବା ପାରା ଅଲିମ୍ପିକ୍ସ-୨୦୨୪ରେ ଭାରତ ପାଇଁ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରବୀଣ କୁମାର । ହାଇ ଜମ୍ପ ଖେଳି ସର୍ବାଧିକ ଉଚ୍ଚତାକୁ ଲମ୍ଫ ଦେଇ ଭାରତ ପାଇଁ ସେ ଗୌରବ ଆଣିଛନ୍ତି । ଭାରତର ଷ୍ଟାର ପାରା ଆଥଲେଟ୍ ପ୍ରବୀଣ କୁମାର ମେନ୍ସ ହାଇ ଜମ୍ପ ଏଫ୬୪ ଫାଇନାଲରେ ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି ପ୍ରବୀଣ । ଏହି ସ୍ୱର୍ଣ୍ଣ ପଦକ ସହିତ ୨୬ତମ ମେଡାଲ ଉପରେ କବଜା କରିଛନ୍ତି ଭାରତର ଷ୍ଟାର ପାରା ଆଥଲେଟ୍ ।

Get real time updates directly on you device, subscribe now.