fbpx
BJD SKY
BJD SKY

ପୁଣି ଆସିବ ଲଘୁଚାପ, ଗୋଟିଏ ନ ଯାଉଣୁ ଆଉ ଗୋଟିଏ ଦାନା ବାନ୍ଧୁଛି

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ଲଘୁଚାପ ସତେ ଯେପରି ଘର କରି ରହିଛି । ଗୋଟିଏ ନ ଯାଉଣୁ ପୁଣି ଗୋଟିଏ ଆସିବାକୁ ଦାନା ବାନ୍ଧୁଛି । ଅକ୍ଟୋବର ମାସ ଦ୍ୱିତୀୟ ସପ୍ତାହରେ ଦକ୍ଷିଣ ଚୀନ ସାଗର ପଟୁ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଆଡ଼କୁ ଲଘୁଚାପ ଆସିପାରେ । ତେବେ ଏହା ଓଡ଼ିଶାକୁ ମୁହାଁଇବ କି ନାହିଁ, କେଉଁ ଦିଗରେ ଗତି କରିବ ସେନେଇ ଏବେଠୁ ଆକଳନ କରିବା ସହଜ ନୁହେଁ ବୋଲି ପାଣିପାଗ ବିଶେଷଜ୍ଞମାନେ ମତ ଦେଇଛନ୍ତି ।

ପାଣିପାଗ ବିଶେଷଜ୍ଞ ସୁରେନ୍ଦ୍ରନାଥ ପଶୁପାଳକଙ୍କ ଆକଳନ ଅନୁଯାୟୀ, ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ବଙ୍ଗୋପସାଗରରେ ଏକାଧିକ ଲଘୁଚାପ ବଳୟ ସୃଷ୍ଟି ହେବ । ଉତ୍ତର-ପୂର୍ବ ବଙ୍ଗୋପସାଗରରେ ରହିଥିବା ଲଘୁଚାପ ବଳୟ ଆସନ୍ତା ୨୯ରେ ପଶ୍ଚିମବଙ୍ଗ ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ରୂପ ନେଇପାରେ । ଉତ୍ତର ବିହାର ଓ ସଂଲଗ୍ନ ଉତ୍ତର ପଶ୍ଚିମବଙ୍ଗ ଉପରେ ଅକ୍ଟୋବର ୪ରେ ଏହା ଅବପାତରେ ପରିଣତ ହୋଇପାରେ । ଆସନ୍ତା ୫ ଦିନ ପର୍ଯ୍ୟନ୍ତ କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳ ଅଞ୍ଚଳରେ ସ୍ୱଳ୍ପରୁ ମଧ୍ୟମ ବର୍ଷା ହୋଇପାରେ । ଉତ୍ତର ଉପକୂଳ ଓ ସଂଲଗ୍ନ ଅଞ୍ଚଳରେ ୨୯ରୁ ବର୍ଷା ବଢ଼ିବା ସହ ଦକ୍ଷିଣ ଓଡ଼ିଶାରେ ସ୍ୱଳ୍ପ ବର୍ଷା ହେବା ସହ ଅକ୍ଟୋବର ୧ କିମ୍ବା ୨ ତାରିଖରୁ ବର୍ଷା ବଢ଼ିବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.