fbpx

ପୁଣି ରେଳ ଷ୍ଟେସନରେ ବଡ଼ ଅଘଟଣ: ଲୋକଙ୍କ ଉପରେ ଭୁଶୁଡ଼ି ପଡ଼ିଲା ପାଣି ଟାଙ୍କି

କୋଲକାତା: ଦେଶର ବିଭିନ୍ନ ଷ୍ଟେସନରେ ବାରମ୍ବାର ଦୁର୍ଘଟଣାମାନ ଘଟିବାରେ ଲାଗିଛି । ଏହି ତାଲିକାରେ ବର୍ତ୍ତମାନ ଆଉ ଏକ ଷ୍ଟେସନ ସାମିଲ ହୋଇଛି । ପଶ୍ଚିମବଙ୍ଗର ବର୍ଦ୍ଧମାନ ରେଳ ଷ୍ଟେସନରେ ଏକ ବିରାଟ ଅଘଟଣ ନେଇ ସୂଚନା ମିଳିଛି । ରେଳ ଷ୍ଟେସନରେ ଥିବା ଏକ ପାଣି ଟାଙ୍କି ହଠାତ୍ ଭୁଶୁଡ଼ି ପଡ଼ିଛି । ୨ ନମ୍ବର ପ୍ଲାଟଫର୍ମ ଉପରେ ଏହି ଟାଙ୍କି ଭୁଶୁଡ଼ି ପଡ଼ିବା ଫଳରେ ପ୍ଲାଟଫର୍ମରେ ଟ୍ରେନକୁ ଅପେକ୍ଷା କରି ରହିଥିବା ଲୋକମାନେ ଏହା ତଳେ ଚାପି ହୋଇ ରହି ଯାଇଛନ୍ତି । ଫଳରେ ୩ ଜଣ ବ୍ୟକ୍ତି ଏଥିରେ ପ୍ରାଣ ହରାଇଥିବା ବେଳେ ଅନେକ ଲୋକ ଏଥିରେ ଆହତ ହୋଇଛନ୍ତି । ଘଟଣାକୁ ନେଇ ବର୍ତ୍ତମାନ ଷ୍ଟେସନ ସାରା ଭୟର ବାତାବରଣ ଖେଳିଯାଇଛି ।

Get real time updates directly on you device, subscribe now.