fbpx

ଅମୃତ ଯାତ୍ରାରେ ସାମିଲ ହେଲା ଆଉ ଏକ ବଡ ଉପଲବ୍ଧି, ବିଶ୍ୱର ସର୍ବବୃହତ୍‌ ଶସ୍ୟ ସଂରକ୍ଷଣ ଯୋଜନାର ଉଦ୍‌ଘାଟନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସମବାୟ କ୍ଷେତ୍ରରେ ବିଶ୍ୱର ସବୁଠାରୁ ବୃହତ୍ତ ଶସ୍ୟ ସଂରକ୍ଷଣ ଭଣ୍ଡାର ଲାଗି ପାଇଲଟ୍ ପରିଯୋଜନାର ଉଦଘାଟନ କରିଛନ୍ତି । ଏଠାରେ ସୂଚାଇ ଦିଆଯାଇପାରେ କି ଏହାକୁ ୧୧ରାଜ୍ୟର ୧୧ପ୍ରାଥମିକ କୃଷି ଋଣ ସମିତି (ପାକ୍ସ) ଦ୍ୱାରା ପରିଚାଳନା କରାଯାଉଛି । ଏହି କ୍ରମରେ ପ୍ରଧାନମନ୍ତ୍ରୀ ମୋଦୀ ସମବାୟ କ୍ଷେତ୍ରରେ ଅନ୍ୟ ବହୁ ଯୋଜନାର ବି ଉଦଘାଟନ ଓ ଶିଳାନ୍ୟାସ କରିଛନ୍ତି । ୧୧ରାଜ୍ୟର ୧୧ ପାକ୍ସରେ ସବୁଠାରୁ ବଡ ଶସ୍ୟ ସଂରକ୍ଷଣ ଯୋଜନା ଜରିଆରେ ଗୋଦାମର ଉଦଘାଟନ ଓ ୫୦୦ ପାକ୍ସରେ ଗୋଦାମର ଶିଳାନ୍ୟାସ କରାଯାଇଛି ।

ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଆଜି ଭାରତ ମଣ୍ଡପମ୍ ବିକଶିତ ଭାରତର ଅମୃତ ଯାତ୍ରାରେ ଦେଶ ପାଇଁ ଆଉ ଏକ ବଡ ଉପଲବ୍ଧିର ସାକ୍ଷୀ ହେବାକୁ ଯାଉଛି । ସମବାୟ ଆନ୍ଦୋଳନରୁ ସମୃଦ୍ଧିର ଯେଉଁ ସଂକଳ୍ପ ଦେଶ ନେଇଛି ତାହାକୁ ସାକାର କରିବା ଦିଗରେ ଆଜି ଆମେ ଆହୁରି ଆଗକୁ ଅଗ୍ରସର ହେଉଛୁ । ସେ କହିଛନ୍ତି କୃଷି ଓ କୃଷକଙ୍କ ମୂଳଦୂଆକୁ ମଜଭୂତ କରିବା ଲାଗି ସମବାୟର ଶକ୍ତି ବହୁତ ବଡ ଭୂମିକା ନିଭାଇ ଆସିଛି । ଆଜି ଆମେ ଦେଶର କୃଷକଙ୍କ ଲାଗି ବିଶ୍ୱର ସବୁଠାରୁ ବଡ ଶସ୍ୟ ସଂରକ୍ଷଣ ପ୍ରକଳ୍ପ ଆରମ୍ଭ କରିଛୁ ।

ଏହି ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେବେଠାରୁ ଦେଶ ସ୍ୱାଧୀନ ହେଲାଣି ସେବେଠାରୁ ସାରାଦେଶରେ ସମବାୟ କ୍ଷେତ୍ରରେ କାର୍ଯ୍ୟ କରୁଥିବା କର୍ମୀ ବିଭିନ୍ନ ଦଳର ସରକାରଙ୍କ ନିକଟରେ ଦାବୀ କରି ଆସୁଛନ୍ତି କି ସମବାୟ କ୍ଷେତ୍ର ଲାଗି ଏକ ଅଲଗା ମନ୍ତ୍ରଣାଳୟ ସ୍ଥାପନା କରାଯାଉ । କାରଣ ସମବାୟ କ୍ଷେତ୍ର ସମୟ ସହିତ ବଦଳିବା ଜରୁରୀ । ଏହି କ୍ଷେତ୍ରକୁ ଆଧୁନିକ କରିବା ସହ ଏଥିରେ ପାରଦର୍ଶିତା ବି ଅଣାଯିବା ଉଚିତ । କିନ୍ତୁ ଅନ୍ୟ କୌଣସି ରାଜନୈତକ ଦଳ ସେମାନଙ୍କର ଏହି ଦାବୀକୁ ପୂରଣ କରି ନ ଥିଲେ । ମୋଦୀଜୀ ପ୍ରଧାନମନ୍ତ୍ରୀ ହେବା ପରେ ୭୦ ବର୍ଷ ତଳର ଦାବୀକୁ ପୂରଣ କରିଛନ୍ତି ଓ ସମବାୟ ମନ୍ତ୍ରଣାଳୟ ସ୍ଥାପନା ହୋଇଛି ।

Get real time updates directly on you device, subscribe now.