fbpx

ପାକିସ୍ତାନରେ ବଦଳିଲା ୭୮ ବର୍ଷର ଇତିହାସ: ପ୍ରଥମ ଥର ପାଇଁ ଜଣେ ଅଣମୁସଲିମ ହେବେ ଉପବାଚସ୍ପତି

ନୂଆଦିଲ୍ଲୀ: ନିକଟରେ ପାକିସ୍ତାନରେ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ନୂଆ ସରକାର ଗଠନଇ ନେଇ ବିଭିନ୍ନ ରାଜନୈତିକ ଦଳ ମଧ୍ୟରେ ଆଲୋଚନା ଜାରି ରହିଛି । ତେବେ ଏହା ମଧ୍ୟରେ ପାକିସ୍ତାନରୁ ଆସିଛି ଏକ ବଡ଼ ଖବର । ଦେଶରେ ଇତିହାସ ପରିବର୍ତ୍ତନ ହୋଇଛି । ପ୍ରଥମ ଥର ପାଇଁ ଜଣେ ଅଣମୁସଲିମ ବ୍ୟକ୍ତି ଦେଶର ଏକ ରାଜ୍ୟର ବିଧାନସଭାର ଉପବାଚସ୍ପତି ଭାବେ ମନୋନୀତ ହୋଇଛନ୍ତି ।

ସିନ୍ଧ ବିଧାନସଭାର ବାଚସ୍ପତି ପଦ ପାଇଁ ନାଭେଦ ଆନ୍ଥୋନୀଙ୍କ ନାମ ଘୋଷଣା କରାଯାଇଛି । ନାଭେଦ ଗତ ୨୦୧୮ରୁ ୨୦୨୩ ପର୍ଯ୍ୟନ୍ତ ପ୍ରାନ୍ତୀୟ ବିଧାନସଭାର ସଦସ୍ୟ ରହିଥିଲେ । ଏଥିସହିତ ସିନ୍ଧ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦ ପାଇଁ ମୁରାଦ ଅଲୀ ଶାହଙ୍କୁ ଚୟନ କରାଯାଇଛି । ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ଦେବେ ବିଭାଜନ ପୂର୍ବରୁ ୧୯୪୬ରେ ସିନ୍ଧରେ ପ୍ରଥମ ଥର ଜଣେ ଅଣ-ମୁସଲିମଙ୍କୁ ଡେପୁଟି ସ୍ପିକର ଭାବେ ଚୟନ କରାଯାଇଥିଲା । ଅର୍ଥାତ ୭୮ ବର୍ଷ ପରେ ପାକିସ୍ତାନରେ ଇତିହାସ ବଦଳିଛି ।

ଗତ ୮ ତାରିଖରେ ଦେଶରେ ଭୋଟ ଗ୍ରହଣ କରାଯାଇଥିବା ବେଳେ ନିର୍ବାଚନରେ ଜାଲିଆତି ହୋଇଥିବା ନେଇ ରାଜନେତ÷କ ଡ୍ରାମା ଦେଖିବାକୁ ମିଳିଥିଲା । ତେବେ ସବୁ କଳ୍ପନାଜଳ୍ପନାର ପରିସମାପ୍ତି ଘଟିବା ସହ ଆସନ୍ତା ମାସ ପ୍ରାରମ୍ଭରେ ଦେଶରେ ମେଣ୍ଟ ସରକାର ଗଠନ ହେବ । ପାକିସ୍ତାନ ମୁସଲିମ ଲିଗ-ନବାଜ (ପିଏମଏଲ-ଏନ) ଓ ପିପିପି ମଧ୍ୟରେ ସରକାର ଗଠନ କରାଯିବ । ଏହି ଅବସରରେ ପିପିପି ଅଧ୍ୟକ୍ଷ ବିଲୱାଲ ଭୁଟ୍ଟୋ ଜର୍ଦାରୀ ନବନିର୍ବାଚିତ ସରକାର ଗଠନ ନେଇ ପ୍ରକ୍ରିୟା ଆରମ୍ଭ କରିଦେଇଛନ୍ତି ।

Get real time updates directly on you device, subscribe now.