fbpx

ପାକିସ୍ତାନରେ ପୁଣି ରାଜନୈତିକ ସଂକଟ: ସେହବାଜ୍‌ଙ୍କ ବିରୋଧରେ ମାରିୟମ୍‌ଙ୍କ ବିଦ୍ରୋହ ଆରମ୍ଭ

Advertisement

କରାଚି: ଆର୍ଥିକ ସଂକଟରେ ଗତି କରୁଥିବା ପାକିସ୍ତାନରେ ଏବେ ରାଜନୈତିକ ସଂକଟ ପୁଣି ଥରେ ଉଭା ହୋଇଛି । ଅର୍ଥାତ ପାକିସ୍ତାନର ସେହବାଜ୍‌ ସରକାରଙ୍କ ପତନ ହେବା ନେଇ ଆକଳନ କରାଯାଉଛି । ସରିଫ୍‌ ପରିବାରରେ ବଡ଼ ଧରଣର କନ୍ଦଳ
ସୃଷ୍ଟି ହେବା ସହ ସରିଫ ପରିବାରିକ ଦଳ ଅର୍ଥାତ କ୍ଷମତାସୀନ ପିଏମ୍‌ଏଲ୍‌(ଏନ୍‌) ଦଳରେ ପୁଣିଥରେ ବଡ଼ ଧରଣର ରାଜନୈତିକ ସଂକଟ ସୃଷ୍ଟି ହୋଇଛି । ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ୍ ସରିଫ୍‌ଙ୍କ ଝିଅ ମାରିୟମ୍ ନୱାଜ ନିଜ ଦାଦା ଅର୍ଥାତ ପ୍ରଧାନମନ୍ତ୍ରୀ ସେହବାଜ ସରିଫ୍‌ଙ୍କ ବିରୋଧରେ ମୋର୍ଚ୍ଚା ଖୋଲିଛନ୍ତି ।

ପାକିସ୍ତାନର ପ୍ରଥମରୁ ଦରଦାମ୍ ବୃଦ୍ଧିକୁ ନେଇ ଜନଅସନ୍ତୋଷ ଲାଗି ରହିଛି । ଏପରି ସ୍ଥିତିରେ ସେହବାଜ୍ ସରିଫ୍‌ ସରକାରଙ୍କ ପାଇଁ ଏବେ ମାରିୟମ୍‌ଙ୍କ ବିଦ୍ରୋହ ଡବଲ୍ ଚାଲେଞ୍ଜ ସୃଷ୍ଟି
କରିଛି । ଏପରିକି ମାରିୟମ୍ ସରିଫ୍‌ ମଧ୍ୟ ବର୍ତ୍ତମାନର ସେହବାଜ୍‌ ସରକାରଙ୍କ ଠାରୁ ନିଜକୁ ଦୂରେଇ ନେଇଥିବା ଘୋଷଣା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଆମର ପ୍ରକୃତ ଶାସନ ସେତେବେଳେ ଆସିବ ଯେତେବେଳେ ନୱାଜ ସରିଫ୍‌ ପାକିସ୍ତାନରେ ରହିବେ ।

Get real time updates directly on you device, subscribe now.