fbpx

୨୦ ବର୍ଷ ପରେ ଆସିଲା ବୃତ୍ତି ପ୍ରୋତ୍ସାହନ, ପିଲାଙ୍କୁ ନପାଇ ଫେରଗିଲା ଡ୍ରାଫ୍ଟ

Advertisement

ଭଣ୍ଡାରେିପାଖରୀ : ଭଣ୍ଡାରେିପାଖରୀ ବକ୍ଲର ତତ୍କାଳୀନ ବେସିକ ସ୍କୁଲର ଛାତ୍ରୀ ମାଧୁରୀ ମଧୁମିତା ଦାସଙ୍କ ନିକଟକୁ ଦୀର୍ଘ ୨୦ ବର୍ଷ ପରେ ବୃତ୍ତି ଅର୍ଥ ଆସୁଛି । ସଂପୃକ୍ତ ବୃତ୍ତିଧାରୀଙ୍କୁ ନପାଇ ଡ୍ରାଫ୍ଟ ଆକାରରେ ଆସିଥିବା ଅର୍ଥକୁ ଡାକବାଲା ଫେରାଇ ଦେଇଛି । ବିବରଣୀରୁ ପ୍ରକାଶ ଯେ, ମାଧୁରୀ ୨୦୦୧-୦୨ ଶିକ୍ଷାବର୍ଷରେ ୫ମ ଶ୍ରେଣୀ ବୃତ୍ତି ମେଧା ଆଧାରରେ ଭଦ୍ରକ ଶିକ୍ଷାଜିଲ୍ଲା-୧ରୁ ପାଇବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ପରବର୍ତ୍ତୀ ୨ ବର୍ଷ ପାଇଁ ମାସକୁ ୨୦ ଟଙ୍କା ଲେଖାଏଁ ମୋଟ ୪୮୦ ଟଙ୍କା ସରକାରଙ୍କ ପକ୍ଷରୁ ବୃତ୍ତିଧାରୀ ଛାତ୍ରୀଙ୍କୁ ଶିକ୍ଷା ପ୍ରେତ୍ସାହନ ପାଇଁ ଦେବାକୁ ବ୍ୟବସ୍ଥା ରହିଥିଲା । ମାତ୍ର ମାଧୁରୀକୁ ପ୍ରଥମ ୩ ମାସର ଅର୍ଥ ୬୦ ଟଙ୍କା ମଳିଥିଲା ୨୦୧୭ ମସିହାରେ । ଏହା ପରେ ଆଉ ଅର୍ଥ ନମିଳିବାରୁ ପିତା ସୂଚନା ଅଧିକାର ଆଇନ ବଳରେ ନମିଳିବା କାରଣ ସମ୍ପର୍କରେ ଭଦ୍ରକ ଶିକ୍ଷାଜାଲିଲ-୧ ଜନସଚୂନା ଅଧତ୍କାରୀଙ୍କୁ ୨୦୦୮ ମସିହାରେ ଆବେଦନ କରିଥିଲେ ।

କିନ୍ତୁ ଏନେଇ କୌଣସି ଉତ୍ତର ମିଳିନଥିଲା । ଶିକ୍ଷା ବିଭାଗ ପୂର୍ନଗଠନ ହେବା ପରେ ଭଦ୍ରକ ଶିକ୍ଷାଜିଲ୍ଲା-୧ ଜନସୂଚନା ଅଧିକାରୀଙ୍କ ବିରୋଧରେ ସୂଚନା ଅଧିକାର ଅପିଲ ଆବେଦନ ଡିଇଓଙ୍କୁ ହୋଇଥିଲା । ମାତ୍ର କେହି କର୍ଣ୍ଣପାତ କରିନଥିଲେ । ଏ ସମ୍ପର୍କରେ ଶିକ୍ଷାନିର୍ଦ୍ଦେଶାଳୟ ଜନସୂଚନା ଅଧିକାରୀଙ୍କ ଠାରେ ନୂତନ ଆବେଦନ ଓ ଅପଲି ଆବେଦନ ହୋଇଥିଲା । କୌଣସି ସୁଫଳ ନମିଳିବାରୁ ରାଜ୍ୟ ସୂଚନା କମିଶନଙ୍କ ନିକଟରେ ଅପିଲ ଆବେଦନ ହୋଇ ୨୦୨୧ ମସିହାରେ ଶୁଣାଣୀ ହୋଇଥିଲା । ସରକାରଙ୍କ ପକ୍ଷରୁ ଏଥିନେଇ ଅର୍ଥ ବରାଦ ନଥିବାରୁ ବୃତ୍ତିଅର୍ଥ ଦିଆଯାଇ ନାହିଁ ବୋଲି ଉତ୍ତର ରଖାଯାଇଥିଲା ।

ଏ ସମ୍ପର୍କରେ ଚୁଡାନ୍ତ ଶୁଣାଣୀ ହେବା ପୂର୍ବରୁ ୨୦୨୧ ମସିହାରେ ଡ୍ରାଫ୍ଟ ଆକାରରେ ବକେୟା ୨୧ ମାସର ୪୨୦ ଟଙ୍କା ଅର୍ଥ ଡାକରେ ଦକ୍ଷିଣବାଡ ବାସଭବନ ଠିକଣାରେ ଆସିଥିଲା । ମାତ୍ର ବିଭା ହୋଇ ସୁଦୂର ତାମିଲନାଡୁରେ ଘର ସଂସାର କରୁଥିବା ମାଧରୁୀକୁ ନପାଇ ଡାକବାଲା ଡ୍ରାଫ୍ଟ କୁ ଫେରାଇ ଦେଇଥିବା କଥା ଜଣାଯାଇଛି । ଏହାର ୨ ବର୍ଷ ପରେ ଏବେ ମାଧୁରୀର ସଠିକ ଠିକଣା ଦେବା ପାଇଁ ପୁନଶ୍ଚ ଚିଠି ଆସିଥିବାରୁ ସାଧାରଣରେ କୌତୁହଳ ପ୍ରକାଶ ପାଇଛି । ବୃତ୍ତିଅର୍ଥ ପ୍ରଦାନରେ ପ୍ରଶାସନର ଆନ୍ତରିକତା ଏହା ଦ୍ୱାରା ପଦାରେ ପଡିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।

Get real time updates directly on you device, subscribe now.