fbpx

କରୋନା ପରେ ଆଉ ଏକ ଭାଇରସ୍ , ଦୁଇ ମାସରେ ୧୧ ଶିଶୁ ମୃତ, କେବଳ ଶିଶୁମାନେ ହେଉଛନ୍ତି ଆକ୍ରାନ୍ତ

କୋଲକାତା : ପଶ୍ଚିମ ବଙ୍ଗଳାରେ ଆଡେନୋ ଭାଇରସ୍ ଏବେ ଚିନ୍ତାର କାରଣ ହୋଇଛି । କଲୋକତା ସମେତ ଅନେକ ଜିଲାରେ ଆଡେନୋ ଭାଇରସ୍ ବ୍ୟାପିବାରେ ଲାଗିଛି । ଏହି ଭାଇରସ୍ ରେ ମୁଖ୍ୟତଃ ଶିଶୁୁମାନେ ଆକ୍ରାନ୍ତ ହେଉଛନ୍ତି । ଏଥିରେ ୨ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଜଣେ ଛଅ ମାସର ଶିଶୁ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ଦେଢ ବର୍ଷ ବୋଲି ଜଣାପଡିଛି । ସ୍ୱାସ୍ଥ୍ୟବିଭାଗର ରିପୋର୍ଟର ଅନୁସାରେ ଗତ ଦୁଇ ମାସ ମଧ୍ୟରେ ଏହି ଭାଇରସରେ ୧୧ ଜଣ ଶିଶୁଙ୍କ ମୃତ୍ୟୁ ହୋଇଛି ।

କ’ଣ ଏହି ରୋଗ
କ୍ଲିଭଲ୍ୟାଣ୍ଡ କ୍ଲିନିକ୍ ରିପୋର୍ଟ ଅନୁସାରେ, ଆଡେନୋ ଭାଇରସ୍ କରୋନା ଭଳି ଏକ ପ୍ରକାର ଭାଇରସ୍ । ଶରୀରରେ ଏହାର ପ୍ରଭାବ କମ୍ ଆରମ୍ଭ ହୋଇ ବେଶି ମାତ୍ରାରେ ସଂକ୍ରମିତ ହୋଇଥାଏ । ଏହି ଭାଇରସ୍ ଅଧିକ ମାତ୍ରାରେ ଶ୍ୱାସକ୍ରିୟାକୁ ସଂକ୍ରମିତ କରିଥାଏ ।

ଲକ୍ଷଣ
ଏହାର ଲକ୍ଷଣ ହେଉଛି ସାଧରଣ ଜ୍ୱର ବା ଫ୍ଲୁ ଭଳି । ଥଣ୍ଡା, କାଶ ଓ ଫ୍ଲୁ ଭଳି ଏହାର ଲକ୍ଷଣ ହୋଇଥାଏ । ଯାହା ସହଜରେ ଜଣାପଡେ ନାହିଁ ।

କେଉଁମାନେ ଆକ୍ରାନ୍ତ ହୁଅନ୍ତି 
ସବୁ ବର୍ଗର ଲୋକମାନେ ଏହି ଭାଇରସରେ ଆକ୍ରାନ୍ତ ହୋଇପାରିବେ କିନ୍ତୁ ପାଞ୍ଚ ବର୍ଷରୁ କମ୍ ଏଥିରେ ବେଶି ଆକ୍ରାନ୍ତ ହୁଅନ୍ତି । ସାଧାରଣତଃ ଏହି ରୋଗ ଛୋଟ ଶିଶୁ ଠାରେ ଅଧିକ ବ୍ୟାପୁଥିବାର ଦେଖିବାକୁ ମିଳୁଛି । ଛୋଟ ଶିଶୁ ଅନ୍ୟ ପିଲାମାନଙ୍କ ସଂସ୍ପର୍ଶରେ ଆସିଲେ ଏହି ରୋଗ ବ୍ୟାପୁଛି । ଛୋଟ ଛୁଆଙ୍କୁ ଖାଇବାକୁ ଦେବା ସମୟରେ ବା ସେମାନେ ନିଜ ହାତ ପାଟିରେ ଦେବା ସମୟରେ ଅଧିକ ସତର୍କ ରହିବା ଆବଶ୍ୟକ ।

Get real time updates directly on you device, subscribe now.