fbpx

ସନ୍ତାନ ପାଇଁ ୩୦ ଲକ୍ଷ ଟଙ୍କା ଠକେଇ ଅଭିଯୋଗ, ଭଣ୍ଡବାବାକୁ ଗିରଫ କଲା ବାଦମବାଡି ପୋଲିସ

ଭୁବନେଶ୍ୱର : ସନ୍ତାନ ପ୍ରାପ୍ତି ପାଇଁ କିଏ କେତେ ମାନସିକ ଓ ପୂଜାପାଠ କରୁଛିି । କେତେ ମନ୍ଦିରରେ ଯାଇ ମୁଣ୍ଡ ପିଟୁଛନ୍ତି ଏବଂ ଅନ୍ୟ କେତେକ ଡାକ୍ତରଙ୍କ ପାଖରେ ଶରଣ ପଶୁଛନ୍ତି । କିଛି ଲୋକ ତନ୍ତ୍ରମନ୍ତ୍ର ଓ ସାଧାନରେ ମଧ୍ୟ ସାହାଯ୍ୟ ନେବାକୁ ପଛାଉନାହାଁନ୍ତି । ନୀରିହ ଓ ନିଷ୍ପାପ ଲୋକ ଏହି ଭଣ୍ଡ ବାବାଙ୍କ ଦ୍ୱାରା ଶୋଷିତ ହେଉଛନ୍ତି । ଏଭଳି ଏକ ଘଟଣା ଘଟିଛି କଟକରେ ।

ଅଭିଯୋଗ ଅନୁଯାୟୀ, କଟକ ଝାଞ୍ଜିରମଙ୍ଗଳାରେ ରହୁଥିବା ଏକ ନିଃସନ୍ତାନ ଦମ୍ପତି ସନ୍ତାନ ପ୍ରାପ୍ତି ଆଶାରେ ଜଣେ ଭଣ୍ଡ ବାବା ହାବୁଡରେ ପଡିଥିଲେ । ବିଭିନ୍ନ ପ୍ରକାର ପୂଜାପାଠ କରାଇ ସନ୍ତାନ ସୁଖ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୩ ଲକ୍ଷ ଟଙ୍କା ସେମାନଙ୍କ ଠାରୁ ଲୁଟିଥିଲା । ପରେ ନା ସନ୍ତାନ ଆସିଥିବଲା କୋଳକୁ ଏବଂ ନା ଟଙ୍କା ଫେରସ୍ତ ପାଇଥିଲେ । ଟଙ୍କା ଫେରାଇବା ବଦଳରେ ତନ୍ତ୍ରମନ୍ତ୍ର କରି କ୍ଷତି କରିବ ବୋଲି ଭଣ୍ଡ ବାବା ସେମାନଙ୍କୁ ଧମକ ଦେଇଥିଲା । ଶେଷରେ ବାଧ୍ୟ ହୋଇ ଦମ୍ପତି ଥାନାର ଦ୍ୱାରସ୍ଥ ହୋଇଥିଲେ । ବାଦାମବାଡି ଥାନାରେ ଅଭିଯୋଗ ହେଲା ପରେ ପୋଲିସ ଉକ୍ତ ଭଣ୍ଡବାବାଙ୍କୁ ଧର୍ମଶାଳାରୁ ଗିରଫ କରିଛି ।

Get real time updates directly on you device, subscribe now.