fbpx

ଭାରତରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ବଟିକା, ଡିସିଜିଆଇର ଅନୁମତିକୁ ଅପେକ୍ଷା

AAKASH

ନୂଆଦିଲ୍ଲୀ, : ଭାରତରେ ଖୁବ୍‌ଶୀଘ୍ର ଉପଲବ୍ଧ ହେବ କରୋନା ବଟିକା ମୋଲନୁିରାଭିର୍‌ । ଏ ନେଇ ବିଜ୍ଞାନ ଓ ଶିଳ୍ପ ଗବେଷଣା ପରିଷଦ ମୁଖ୍ୟ ଡାକ୍ତର ରାମ ବିଶ୍ୱକର୍ମା ସୂଚନା ଦେଇଛନ୍ତି । ମର୍କ କମ୍ପାନୀ ପ୍ରସ୍ତୁତ ଏହି ବଟିକା ଖୁବ୍‌ଶୀଘ୍ର ବଜାରରେ ଉପଲବ୍‌ଧ ହେବ । ଗେମ୍‌ ଚେଞ୍ଜର ଭାବେ ସାବ୍ୟସ୍ତ ହେବାକୁ ଯାଉଥିବା ଏହି ବଟିକା ଭାରତର ୮ଟି ଔଷଧ ନିର୍ମାତା କମ୍ପାନୀ ସହ ସ୍ୱେଚ୍ଛାକୃତ ଲାଇସେନ୍‌ସିଂ ରାଜିନାମା ସ୍ୱାକ୍ଷର କରିଛି । ଏହି ବଟିକାକୁ ପ୍ରଥମେ ବ୍ରିଟେନ ନିଜ ଦେଶରେ ଅନୁମତି ଦେଇସାରିଛି । ଖୁବ୍‌ଶୀଘ୍ର ଭାରତରେ ବି ଏହି ବଟିକା ଉପଲବ୍ଧ ହେବ । ପ୍ରାୟ ୭୦୦ ଲୋକଙ୍କ କ୍ଷେତ୍ରରେ ଏହାର ପରୀକ୍ଷଣ କରାଯାଇଛି ଏବଂ ସଫଳତା ମିଳିଥିବା ପରିଲକ୍ଷିତ ହୋଇଛି । ଏହି ସମସ୍ତ ରିପୋର୍ଟକୁ ଡିସିଜିଆଇ ବିଚାରକୁ ନେବା ସହ ଅନୁମତି ଦେବାର ସମ୍ଭାବନା ରହିଛି ।

ଭାରତରେ ଏହି ଔଷଧ ପ୍ରସ୍ତୁତ ଲାଗି ଭାରତୀୟ ସମନ୍ୱିତ ଔଷଧ ପ୍ରତିଷ୍ଠାନ ବା ଆଇଆଇଆଇଏମ ସହ ସିଏସଆଇଆର କାର୍ଯ୍ୟ କରୁଛି । ଶ୍ରୀ ବିଶ୍ୱକର୍ମା ଆହୁରି କହିଛନ୍ତି ଯେ ଯେଉଁ ୮ଟି କମ୍ପାନୀ ଔଷଧ ନିର୍ମାଣ କରୁଛନ୍ତି ସେଗୁଡ଼ିକ ମଧ୍ୟରେ ସି୍‌ଲା, ସନ୍‌ଫାର୍ମା, ହେଟେରୋ, ଅରବିନ୍ଦ ଫାର୍ମା ଓ ଅନ୍ୟ କେତେକ କମ୍ପାନୀ ରହିଛନ୍ତି । ଏହି କମ୍ପାନୀଗୁଡ଼ିକ କିଛିଦିନ ଧରି କ୍ଲିନିକାଲ ଟ୍ରାଏଲର ଶେଷ ପର୍ଯ୍ୟାୟ ସାରିବା ପରେ ଏହି ରିପୋର୍ଟ ଦାଖଲ କରିଛନ୍ତି । ଭାରତରେ ଏହି ବଟିକାତିଆରି କରିବାଲାଗି ସମସ୍ତ କ୍ଷେତ୍ର ପ୍ରସ୍ତୁତ ହେବାସହ ବୈଷୟିକ ସହଭାଗିତା ହୋଇଛି । ବିଭିନ୍ନ କମ୍ପାନୀ ପକ୍ଷରୁ କରାଯାଇଥିବା କ୍ଲିନିକାଲ ଟ୍ରାଏଲ ରିପୋର୍ଟ ଡ୍ରଗ୍‌ସ କଣ୍ଟ୍ରୋଲରଙ୍କ ନିକଟରେ ଦାଖଲ କରାଯାଇଛି । ଭାରତରେ ଏହି ବଟିକା ୧୫ରୁ ୨୦ଟିର ଦାମ୍‌ ପାଞ୍ଚଶହରୁ ଏକ ହଜାର ଟଙ୍କା ମଧ୍ୟରେ ପଡ଼ିବ ବୋଲି ଶ୍ରୀ ବିଶ୍ୱକର୍ମା କହିଛନ୍ତି ।

Get real time updates directly on you device, subscribe now.