fbpx
BSKY SKY
BSKY SKY

ମାଛ କାଉଣ୍ଟରେ ଚଢ଼ଉ ବେଳେ ଦୁଇ ଶାଙ୍କୁଚ ଜବତ, ୧୨ ମତ୍ସଜୀବୀ ଗିରଫ

BSKY

ରାଜନଗର (ଭାସ୍କର ନ୍ୟୁଜ୍‌): କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ତଥା ଡିଏଫଓଙ୍କ ଅଧିନସ୍ଥ ଗହିରମଥା ସାମୁଦ୍ରିକ ଅଭୟାରଣ୍ୟ ବରୁଣେଇ ମୁହାଣ ନିକଟରୁ ଚୋରାରେ ସମୁଦ୍ର ଭିତରକୁ ଯାଇ ମାଛଧରୁଥିବାଏକ ଟ୍ରଲର ସହ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଫରେଷ୍ଟର ଓ ବନବିଭାଗ କର୍ମଚାରୀମାନଙ୍କ ସହଯୋଗରେ ମତ୍ସ୍ୟଜୀବୀମାନଙ୍କୁ ଗିରଫ କରି ଟ୍ରଲରକୁ ଜବତ କରାଯାଇଛି । ଗୁରୁବାର ସହକାରୀ କନଞ୍ଜରଭେଟର ଅଭିଯୁକ୍ତ ମତ୍ସ୍ୟଜୀବୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଶୁକ୍ରବାର ଡିଏଫଓଙ୍କ ଅଫିସ ଠାରୁ ପ୍ରାୟ ପାଞ୍ଚ ଶହ ମିଟର ଦୂର ତ୍ରୀନାଥ ବଜାର ମାଛ କାଉଣ୍ଟରରୁ ରେଞ୍ଜର ଶ୍ରୀ ଧନେଶ୍ୱରଙ୍କ ନିର୍ଦେଶରେ ଫରେଷ୍ଟ ଗାର୍ଡ ତ୍ରୀଦୀପ ପ୍ରଧାନ ଓନିରୁ ମା ଷଢଙ୍ଗୀଙ୍କ ସହ ଅନ୍ୟ କର୍ମଚାରୀ  ସକାଳୁ ମାଛ କାଉଣ୍ଟର ଉପରେ ଚଢ଼ାଉ କରି ଦୁଇଟି ଶାଙ୍କୁଚ ଜବତ କରିବା ସହ ବେପାରୀ ଶଙ୍ଖାଳି ଚରଣ ମାଝି ଓ ସୁଶାନ୍ତ ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବେଳେ ମାଛ କାଉଣ୍ଟରକୁ ସିଜ୍‌ କରାଯାଇଥିବା ରେଞ୍ଜର ଶ୍ରୀ ଧନେଶ୍ୱର ରଥ ସୂଚନା ଦେଇଛନ୍ତି ।

ହେଲେ ଏହି ଘଟଣା ପରେ ବାଟରେ ଘାଟରେ ଚର୍ଚ୍ଚା ହେଉଛି ବନ ବିଭାଗ ପାଇଁ ଏହା ନୁଆ କଥା ନୁହେଁ ,କି ତାଙ୍କ ଅଜଣାତରେ ଏପରି ଘଟୁଚି କହିବା ଠିକ୍‌ ହେବନାହିଁ । ନିକଟରେ ଅରଣ୍ୟ ଭବନରେ ବଡବଡିଆଙ୍କ ହରୀଣ ମାଂସ ଭୋଜି ଚର୍ଚ୍ଚା ଯୋର ଧରି ଶେଷରେ ଖାସି ମାଂସର ଆଖ୍ୟା ଦିଆଯାଇ ଚାନ୍ଦବାଲି, ରାଜକନିକା, ରାଜନଗରରୁ ଏହି ମାଂସ ଆସିଥିବା ଭିନ୍ନ ମତରେ କର୍ମଚାରୀମାନଙ୍କ ମତ ମିଳିଥିଲା ସବୁ ଫସର ଫାଟିଲା ମୂଳଲକ୍ଷ୍ୟ ଉଭେଇ ଗଲା । ଆହୁରି ମଧ୍ୟ ସାଧାରଣରେ ଆଲୋଚିତ ହେଉଛି ଡିଏଫଓଙ୍କ କାର୍ଯ୍ୟାଳୟର ନାକତଳେ ବିଭିନ୍ନ କାଠ ବେପାରୀ ମାନେ ବେନିୟମ ଭାବେ ଦାମି ଦାମି କାଠ ଦୀର୍ଘ ଦିନ ହେବ ବ୍ୟବସାୟ କରିଆସୁଥିଲେ ମଧ୍ୟ ବିଭାଗିୟ ଅଧିକାରୀ ଦେଖି ନଦେଖିଲା ପରି ରହୁଥିଲେ, ବି କେହି ଧରିବା ତ ଦୂରର କଥା କାଠ ଗୋଲାକୁ ଚେକ ମଧ୍ୟ କରୁନଥିବା ଅଭିଯୋଗ ହେଉଛି ।

ସୂଚନା ମୁତାବକ ଫରେଷ୍ଟର ଓ ବନବିଭାଗ କର୍ମଚାରୀମାନଙ୍କ ସହଯୋଗରେ ଏକ ଟିମ୍‌ ଜଗି ରହିଥିଲେ । ଏହି ଟ୍ରଲର ଜବତ କରିବା ସହ ୧୨ ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରି ରାଜନଗର ଡିଏଫଓଙ୍କ କାର୍ଯ୍ୟାଳୟକୁ ଅଣାଯାଇ ଥିଲା । ରାଜନଗର ଫରେଷ୍ଟ ଡିଭିଜନର ସହକାରୀ କଞ୍ଜରଭେଟର ଅଫ ଫରେଷ୍ଟ ,ତାଙ୍କୁ କୋର୍ଟ ଚାଲାଣ କରିଥିଲେ ।ଗିରଫ ହୋଇଥିବା ମତ୍ସ୍ୟଜୀବୀମାନେ ହେଲେ ରମାକାନ୍ତ ମଲ୍ଲିକ, ଗଜେନ୍ଦ୍ର ଦାସ, ଉପେନ୍ଦ୍ର ମାଝି,ଭୀମ ହାସଦା, ବିଦ୍ୟାଧର ଦାସ, ଯୁଧିଷ୍ଠିର ଦାସଙ,ବି,ଚରଣ ସିଂ,ଜଗ ହାସଦା,ସମ୍ବୁନାଥ ମାଝି,ସନାତନ ପାତ୍ର, ପ୍ରଫୁଲ୍ଲ କୁମାର ସ୍ୱାଇଁ, ରବିନ୍ଦ୍ର ସ୍ୱାଇଁ, ଏସମସ୍ତଙ୍କ ଘର ବାଲେଶ୍ୱର ଜିଲ୍ଲାର ବୋଲି ଜଣାପଡିଛି ।

Get real time updates directly on you device, subscribe now.