fbpx

ସମାଜଦ୍ରୋହୀ, ମହାଧୂର୍ତ୍ତ ଏବଂ ବେଇମାନ… ଆନ୍ନା ହଜାରେଙ୍କ ଉପରେ ବର୍ଷିଲେ କଂଗ୍ରେସ ନେତା

Advertisement

ନୂଆଦିଲ୍ଲୀ: ଦିଲ୍ଲୀର ଅବକାରୀ ନୀତିକୁ ନେଇ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଚିଠି ଲେଖି ପ୍ରସିଦ୍ଧ ସମାଜସେବୀ ଆନ୍ନା ହଜାରେ ନିଜର ଗଭୀର ଅସନ୍ତୋଷ ବ୍ୟକ୍ତ କରିଥିଲେ। ହେଲେ ଆନ୍ନା ହଜାରେଙ୍କୁ ଏବେ ଟାର୍ଗେଟ୍ କରିଛନ୍ତି କଂଗ୍ରେସ ନେତା। ଆନ୍ନା ହଜାରେ ବିଜେପି ସହ ମିଶିଛନ୍ତି ବୋଲି କଂଗ୍ରେସ ନେତା ଉଦିତରାଜ କହିଛନ୍ତି। ୟୁପିଏ ୨ ସରକାର ସମୟରେ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିଥିବା ଆନ୍ନା ହଜାରେଙ୍କୁ କଂଗ୍ରେସର ଦୁଇ ଜଣ ପୂର୍ବତନ ସାଂସଦ ସମାଜଦ୍ରୋହୀ, ମହାଧୂର୍ତ୍ତ ଏବଂ ବେଇମାନ ବୋଲି କହିଛନ୍ତି।

ଉଦିତରାଜ ଟୁଇଟରରେ ଆନ୍ନା ହଜାରେଙ୍କ ପ୍ରତି ନିଜର କ୍ରୋଧ ଜାହିର କରିଛନ୍ତି। ସେ କହିଛନ୍ତି ଆନ୍ନା ଜଣେ ସମାଜସେବୀ ନୁହନ୍ତି ବରଂ ସମାଜଦ୍ରୋହୀ ଏବଂ ବେଇମାନ। ସେ ଜଣେ ମହାନ ଧୂର୍ତ୍ତ ମଣିଷ। ପୂର୍ବରୁ ସେ ଉଠାଇଥିବା ଦୁର୍ନୀତି ପ୍ରସଙ୍ଗ ପ୍ରମାଣିତ ମଧ୍ୟ ହୋଇ ପାରିଲା ନାହିଁ। କଣ ହେଲା ଲୋକପାଳ ? ଆନ୍ଦୋଳନ ସମୟରେ ବଡ ବଡ କଥା କହୁଥିଲେ। ଆଉ ଏବେ ନିରବ। ସେ ସମାଜସେବୀ ନୁହନ୍ତି ସମାଜଦ୍ରୋହୀ। ବିଜେପି କହିବାନୁସାରେ ସେ ୟୁପିଏ ସରକାର ଉପରେ ୨ଜି ସ୍ପେକ୍ଟ୍ରମ ଏବଂ କୋଇଲା ଆବଣ୍ଟନ ଦୁର୍ନୀତି ଅଭିଯୋଗ ଆଣିଥିଲେ, ଯାହା ଏବେ ଭୁଲ୍ ସାବ୍ୟସ୍ତ ହୋଇଛି। ଏହି ବେଇମାନ ଲୋକଙ୍କୁ କ୍ଷମା ମାଗିବା ଉଚିତ୍।

ଉଦିତ୍ ରାଜ ଆନ୍ନା ହଜାରେଙ୍କୁ ସେହି ସମୟରେ ଟାର୍ଗେଟ୍ କରିଛନ୍ତି, ଯେତେବେଳେ ସାମାଜିକ କର୍ମୀ ନିକଟରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଆନ୍ନା ହଜାରେଙ୍କୁ ଚିଠି ଲେଖି ତାଙ୍କ ମଦ ନୀତିର ଆଲୋଚନା କରିଥିଲେ। କେଜ୍ରିଓ୍ଵାଲଙ୍କୁ ମଦ ଦୋକାନ ବନ୍ଦ କରିବାକୁ ଅପିଲ୍ କରିଥିଲେ। ଉଲ୍ଲେଖନୀୟ ୟୁପିଏ-୨ ସରକାର ଅମଳରେ ଦୁର୍ନୀତିର ଅନେକ ମାମଲା ସାମ୍ନାକୁ ଆସିଥିଲା। ସେହି ସମୟରେ ଦିଲ୍ଲୀର ରାମଲୀଲା ମଇଦାନ ଏବଂ ଜନ୍ତରମନ୍ତରରେ ଆନ୍ନା ହଜାରେଙ୍କ ନେତୃତ୍ଵରେ ବିରାଟ ଆନ୍ଦୋଳନ ହେବା ସହିତ ଲୋକପାଳ ଗଠନ ନେଇ ଦାବି ଉଠିଥିଲା। ଏହି ଆନ୍ଦୋଳନରୁ ହିଁ ଆମ୍ ଆଦମୀ ପାର୍ଟିର ସୃଷ୍ଟି।

Get real time updates directly on you device, subscribe now.