fbpx
BSKY
BJD MC SKY
BJD YOUTH SKY

ଚିକେନ ଖାଉଥିବା ଲୋକଙ୍କ ଉପରେ କାହିଁକି ଶୀଘ୍ରକାମ କରେ ନାହିଁ ଆଣ୍ଟିବାୟୋଟିକ? ଜାଣନ୍ତୁ ଏହାର ସମ୍ପୂର୍ଣ୍ଣ ତଥ୍ୟ

ଆମେ ପ୍ରାୟତ ଶୁଣିଥାଉ ଯେ, ଚିକେନ୍‌ରେ ପ୍ରୋଟିନ୍, ଭିଟାମିନ୍ ଏବଂ ମିନେରାଲ୍ସ ପ୍ରଚୁର ପରିମାଣରେ ମିଳିଥାଏ । ଯିଏ ଚିକେନ୍ ଖାଏ ତାହା ପାଖେ ଏ ଗୁଡ଼ିକର ଅଭାବ ନଥାଏ । କିନ୍ତୁ ଆପଣ ଏହା ମଧ୍ୟ ଜାଣନ୍ତି କି, ଚିକେନ୍ ଖାଇବା ଆପଣଙ୍କ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିପାରେ ଏବଂ ଚିକେନ୍ ଖାଉଥିବା ଲୋକଙ୍କଠାରେ ଆଣ୍ଟିବାୟୋଟିକର ପ୍ରଭାବ ବହୁତ ଧୀର ହୋଇଯାଏ ।

ଦିଲ୍ଲୀର ଇନ୍ଦ୍ରପ୍ରଥା ଆପୋଲୋ ହସପିଟାଲର ବରିଷ୍ଠ ସଂକ୍ରାମକ ରୋଗୀ ବିଶେଷଜ୍ଞ ଡକ୍ଟର ଜଟିନ୍ ଅହୁଜାଙ୍କ ଅନୁଯାୟୀ, ଏହା ସତ୍ୟ ଯେ ଚିକେନ୍ ଖାଉଥିବା ଲୋକଙ୍କର କେବଳ ରୋଗ ପ୍ରତିରୋଧକ ଶକ୍ତି ନାହିଁ, ଚିକିତ୍ସା ସମୟରେ ଆଣ୍ଟିବାୟୋଟିକ୍ ପ୍ରଭାବହୀନ ହୋଇପଡିଛି । କେତେକାଂଶରେ ଏହାର ପ୍ରଭାବ ଅଧିକ ହୋଇପାରେ ଏବଂ କେତେବେଳେ ଏହାର ପ୍ରଭାବ କମ୍ ହୋଇପାରେ ।

ଚିକେନ୍ ଖାଇବା ଦ୍ୱାରା କାହିଁକି ରୋଗ ପ୍ରତିରୋଧକ ଶକ୍ତି କମିଯାଏ ?

ଡା. ଜତିନ୍ ଆହୁଜା କହିଛନ୍ତି ଯେ, ପୋଲଟ୍ରୀ ଫାର୍ମ ସଂଚାଳକ ଚିକେନ ଶରୀରକୁ ଅଧିକ ଭଲ ବନାଇବା ପାଇଁ ଖାଦ୍ୟ ସହିତ ଅଧିକ ମାତ୍ରାର ଆଣ୍ଟିବାୟୋଟିକ ଔଷଧ କୁକୁଡ଼ାଙ୍କୁ ଦେଇଥାନ୍ତି । ବହୁ ସଂଖ୍ୟକ କୁକୁଡା ଫାର୍ମ ମାଲିକଙ୍କୁ ଏହା ଜଣା ନଥାଏ ଯେ, କେତେ ପରିମାଣରେ କୁକୁଡ଼ାକୁ ଆଣ୍ଟିବାୟୋଟିକ ଦବା ଦରକାର । ତାଙ୍କ ଇଛା ଅନୁସାରେ ସେ କୁକୁଡାଙ୍କୁ ଆଣ୍ଟିବାୟୋଟିକ ଦେଇଥାନ୍ତି ଏବଂ ଏହାର ନକରାତ୍ମକ ପ୍ରଭାବ ଚିକେନ ଉପରେ ପଡିଥାଏ ।

ଆଣ୍ଟିବାୟୋଟିକ ଶରୀରର ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରେ

ଡକ୍ଟର ଜତିନ ଅହୁଜା ବ୍ୟାଖ୍ୟା କରିଛନ୍ତି ଯେ, ସମୟ ସହିତ କୁକୁଡ଼ା ଶରୀରରୁ ସ୍ଥାନାନ୍ତରିତ ସମାନ ଆଣ୍ଟିବାୟୋଟିକ୍ ମାନବ ଶରୀରରେ ନିଜର ସ୍ଥାନ ସୃଷ୍ଟି କରିଥାଏ। ମାନବ ଶରୀର ଏହି ଆଣ୍ଟିବାୟୋଟିକ୍ସରେ ପ୍ରଭାବିତ ହୋଇଥାଏ । ଏହାପରେ, ଯଦି କୌଣସି ବ୍ୟକ୍ତି କୋଣସି ଜୀବାଣୁ ଦ୍ୱାରା ପୀଡିତ ହୁଏ , ତେବେ ଚିକିତ୍ସା ପାଇଁ ଦିଆଯାଇଥିବା ଆଣ୍ଟିବାୟୋଟିକ୍ ରୋଗୀର ଶରୀରକୁ ସହଜରେ ପ୍ରଭାବିତ କରେ ନାହିଁ । ଡାକ୍ତରମାନେ ଅଧିକ ମାତ୍ରାରେ ଆଣ୍ଟିବାୟୋଟିକ୍ ଦେବାକୁ ବାଧ୍ୟ ହୁଅନ୍ତି, ଯାହାର ଶରୀରରେ ବିଭିନ୍ନ ନକାରାତ୍ମକ ପ୍ରଭାବ ପକାଇଥାଏ ।

Get real time updates directly on you device, subscribe now.