fbpx

ଗିରଫ ହେବେ ଅନୁଭବ ମହାନ୍ତି ! NBW ଜାରି କଲେ କୋର୍ଟ

Advertisement

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ଼ ଅଭିନେତା ଅନୁଭବ ମହାନ୍ତି ଗିରଫ ହୋଇପାରନ୍ତି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗ ଆଧାରରେ କଟକ ଜେଏମ୍‌ଏଫସି (MP, MLA) କୋର୍ଟ ପକ୍ଷରୁ NBW ଜାରି କରାଯାଇଛି । ପୁରୀଘାଟ ଥାନାରେ ରୁଜୁ ହୋଇଥିବା ମାମଲାରେ ଅନୁଭବଙ୍କ ବିରୋଧରେ ଜାରି ହେଲା NBW । ଚାର୍ଜଫ୍ରେମ୍ ପାଇଁ ହାଜର ନ ହୋଇ ବାରମ୍ବାର ସମୟ ମାଗୁଥିଲେ । ତେଣୁ ଚାର୍ଜଫ୍ରେମ୍ ପାଇଁ ହାଜର ନ ହେବାରୁ NBW ଜାରି କଲେ କୋର୍ଟ । ଏନେଇ ଆସନ୍ତା ୨୩ ତାରିଖ ସୁଦ୍ଧା ୱାରେଣ୍ଟ କାର୍ଯ୍ୟକାରୀ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ସରକାରୀ ଓକିଲ ଆଫ୍ରୋଜ୍ ଅହମ୍ମଦ ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.