fbpx

ଅନୁପ ସାଏଙ୍କ ପୁତୁରାଙ୍କୁ ଥାନାରେ ହାଜିର ହେବାକୁ ନୋଟିସ

ଭୁବନେଶ୍ୱର, ୧୭ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କ ପୁତୁରାଙ୍କୁ ନୋଟିସ କରିଛି ଛତିଶଗଡ଼ ପୋଲିସ । ଆସନ୍ତାକାଲି ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି । ସେହିପରି ମୃତ କଳ୍ପନାଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ନୋଟିସ କରିଛି ପୋଲିସ । ଚକ୍ରଧରପୁର ଥାନାରେ ହାଜର ହେବାକୁ ନୋଟିସ ଜାରି ହୋଇଛି ।
ମାଆ ଓ ଝିଅଙ୍କ ହତ୍ୟାକାଣ୍ଡ ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ଗିରଫ ହୋଇଥିଲେ । ଅନ୍ୟପଟେ ଏହି ମାମଲାର ଅଧିକ ତଥ୍ୟ ପାଇଁ ବ୍ରଜରାଜନଗର ଛତିଶଗଡ଼ ପୋଲିସ ଛାନଭିନ କରୁଛି । ଅନୁପଙ୍କ ଆକାଉଣ୍ଟ ଥିବା ୨ଟି ବ୍ୟାଙ୍କରେ ପୋଲିସ ଖୋଳତାଡ଼ କରୁଛି । ବ୍ରଜରାଜନଗର ସ୍ଥିତ ଏସବିଆଇ ଓ ୟୁକୋ ବ୍ୟାଙ୍କ ଶାଖାରେ ଛାନଭିନ କରୁଛି । ମୃତ କଳ୍ପନାଙ୍କ ସମ୍ପର୍କୀୟ ଘରେ ମଧ୍ୟ ପୋଲିସ ଛାନଭିନ କରୁଥିବା ସୂଚନା ମିଳିଛି ।

Get real time updates directly on you device, subscribe now.