fbpx

୩ଦିନିଆ ରିମାଣ୍ଡରେ ଗଲେ ଅନୁପ

ଭୁବନେଶ୍ୱର, ୧୯ା୨(ଓଡ଼ିଶା ଭାସ୍କର): ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏ ମା ଓ ଝିଅଙ୍କୁ ହତ୍ୟା କରିଥିବା ମାମଲାରେ ଗିରଫ ହୋଇଥିଲା । ସେହି ମାମଲାରେ ଆଜି ଅନୁପ ଓ ଡ୍ରାଇଭର କୋର୍ଟରେ ହାଜିର ହୋଇଥିଲେ । ବର୍ତ୍ତମାନ ଅନୁପ ସାଏଙ୍କୁ ୩ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ମିଳିଛି । ରିମାଣ୍ଡରେ ନେବାକୁ ଚକ୍ରଧରନଗର ଥାନା ପୋଲିସକୁ ଅନୁମତି ମିଳିଛି । ଏହାସହ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ବି ପୋଲିସ ରିମାଣ୍ଡରେ ନେଇଥିବା ସୂଚନା ମିଳିଛି ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ମାଆ ଓ ଝିଅଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହାସହ ଅନୁପ ସାଏ ମଧ୍ୟ ହତ୍ୟା କରିଥିବା ମାନିଥିବାର ସୂଚନା ରହିଛି । କିନ୍ତୁ ହତ୍ୟା କାଣ୍ଡ ପଛରେ ଆଉ କାହାର ହାତ ରହିଛି ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.