fbpx

ଲିଙ୍ଗରାଜରେ ମହାଶିବରାତ୍ରୀ ପାଇଁ ନୂଆ ଟ୍ରାଫିକ୍ ନିୟମ

ଭୁବନେଶ୍ୱର,୧୯ ।୨(ଓଡିଶା ଭାସ୍କର): ବାବା ଭୋଳାନାଥଙ୍କ ମହାଶିବରାତ୍ରୀ ପାଇଁ ଆଉ ଦୁଇ ଦିନ ରହିଲା । ୨୧ ତାରିଖ ପାଇଁ ଲିଙ୍ଗରାଜ ମନ୍ଦିର ପରିସରରେ ନୂଆ ଟ୍ୟାଫିକ୍ ନିୟମ ଲାଗୁ କରିଛି କମିଶନରେଟ୍ ପୋଲିସ । ନୂଆ ନିୟମ ଅନୁସାରେ, ମାଉସୀ ମା ପାଶ୍ୱର୍ରୁ ରଥରୋଡକୁ ଆସୁଥିବା ୪ ଚକିଆ ଯାନ ଗୁଡିକୁ ଛଡାଯିବ ନାହିଁ । ଉକ୍ତ ଯାନ ଗୁଡିକ ବିବେକାନନ୍ଦ ମାର୍ଗରେ ସାନିଟୋରିଅମ ଛକ ଦେଇ କଚରାପିଣ୍ଡି ପର୍ଯ୍ୟନ୍ତ ଯାଇ କେଦାର ଗୌରି ମନ୍ଦିର ରାସ୍ତାର ଉଭୟ ପାଶ୍ୱର୍ରେ ପାର୍କିଂ କରିପାରିବେ ।

ସେହିପରି ରଥରୋଡରୁ ଆସୁଥିବା ସମସ୍ତ ଦୁଇ ଚକିଆ ଯାନ ଗୁଡିକୁ ବଢେଇବାଙ୍କ ଦେଇ ଏସଏମ ହାଇସ୍କୁଲ ଓ ବିଏମ ଆଇସ୍କୁଲ ପଡିଆକୁ ଛଡାଯିବ । ବିନ୍ଦୁ ସାଗର ଭଜନ ମଣ୍ଡପକୁ କୌଣସି ଯାନ ଛଡାଯିବ ନାହିଁ ।

Get real time updates directly on you device, subscribe now.