fbpx

୧ ଏପ୍ରିଲରୁ ଭାରତରେ ବିକ୍ରି ହେବ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ

ନୂଆଦିଲ୍ଲୀ,୧୯ ।୨: ଆସନ୍ତା ୧ ଏପ୍ରିଲ ୨୦୨୦ରୁ ଭାରତରେ ଶୁଦ୍ଧ ପେଟ୍ରୋଲ ଓ ଡିଜେଲ ମିଳିବ । ସରକାରୀ ତେଲ କମ୍ପାନୀ ସମଗ୍ର ଦେଶରେ ୟୁରୋ-୬ ଗ୍ରେଡ ଡିଜେଲ ଓ ପେଟ୍ରୋଲ ଯୋଗାଇ ଦେବ । କେବଳ ୩ ବର୍ଷ ଭିତରେ ସବୁଠାରୁ ଶୁଦ୍ଧ ପେଟ୍ରୋଲ ବ୍ୟବହାର କରିବାରେ ବଡ ସଫଳତା ପାଇଛି ଭାରତ । ବିଶ୍ୱର ବହୁ ବଡ ବଡ ଅର୍ଥବ୍ୟବସ୍ଥା ମଧ୍ୟ ଏପରି କରିପାରିନାହିଁ । ଏନେଇ ଇଣ୍ଡିଆନ୍ ତେଲ କମ୍ପାନୀର ଚେୟାରମ୍ୟାନ୍ ସଞ୍ଜୀବ ସିଂହ ସୂଚନା ଦେଇଛନ୍ତି ।

୧ ଏପ୍ରିଲରୁ ୟୁରୋ-୬ ଗ୍ରେଡ ଲାଗୁ କରିବା ପାଇଁ ୨୦୧୫ ମସିହାରୁ ନିଷ୍ପତ୍ତି ନେଇଥିଲେ ସରକାର । ଯାହା ପରେ ବିଏସ-୬ ପେଟ୍ରୋଲ ଓ ଡିଜେଲ ବିକ୍ରି ହେବ । ବର୍ତ୍ତମାନ ସମଗ୍ର ଦେଶରେ ୟୁରୋ-୪ ଗ୍ରେଡ ବିକ୍ରି ହେଉଛି ।

Get real time updates directly on you device, subscribe now.