fbpx

କୋର୍ଟରେ ହାଜର ହେଲେ ଅନୁପ ସାଏ

ରାୟଗଡ,୨୨ ।୨(ଓଡିଶା ଭାସ୍କର): ରାୟଗଡ ଡବଲ ମର୍ଡର ଘଟଣାର ମୁଖ୍ୟ ଅଭିଯୁକ୍ତ ଅନୁପ ସାଏ ଆଜି କୋର୍ଟରେ ହାଜର ହୋଇଛନ୍ତି । ୩ ଦିନଆ ରିମାଣ୍ଡ ସରିବା ପରେ ଅନୁପଙ୍କୁ ହାଜର କଲା ପୋଲିସ । କଳ୍ପନା-ବବଲି ଡବଲ ମର୍ଡର ଘଟଣାରେ ଅନୁପ ସାଏଙ୍କ ରିମାଣ୍ଡ ଅବଧି ଆଜି ଶେଷ ହୋଇଛି । ତେବେ ଅନୁପ ସାଏଙ୍କୁ ୩ ଦିନିଆ ରିମାଣ୍ଡରେ ନେଇଥିଲା ଛତିଶଗଡ ରାୟଗଡ ପୋଲିସ ।

ଉଲ୍ଲେଖଯୋଗ୍ୟ ଯେ ଗତ ୧୩ତାରିଖ ଦିନ ମାଆ ଓ ଝିଅଙ୍କୁ ହତ୍ୟା କରିବା ମାମଲାରେ ପୂର୍ବତନ ବିଜେଡ଼ି ବିଧାୟକ ଅନୁପ ସାଏଙ୍କୁ ଗିରଫ କରିଥିଲା ଛତିଶଗଡ଼ ପୋଲିସ । ଏହାସହ ଅନୁପ ସାଏ ମଧ୍ୟ ହତ୍ୟା କରିଥିବା ମାନିଥିବାର ସୂଚନା ରହିଛି । କିନ୍ତୁ ହତ୍ୟା କାଣ୍ଡ ପଛରେ ଆଉ କାହାର ହାତ ରହିଛି ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.