fbpx

ନିର୍ଭୟା ମାମଲା, ଦୋଷୀ ବିନୟର ଆବେଦନ ଖାରଜ

ନୂଆଦିଲ୍ଲୀ, ୨୨ା୨: ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ଦୋଷୀ ବିନୟର ଆବେଦନ ଖାରଜ ହୋଇଛି । ବିନୟର ଆବେଦନ ଖାରଜ କରିଛନ୍ତି ପଟିଆଲା ହାଉସ କୋର୍ଟ । ବିନୟ ମାନସିକ ବିକୃତ ଥିବା ନେଇ ଚିକିତ୍ସା ପାଇଁ କୋର୍ଟରେ ଆବେଦନ କରାଯାଇଥିଲା । କିନ୍ତୁ ତିହାର ଜେଲ ରିପୋର୍ଟ ଅନୁସାରେ ବିନୟର ମାନସିକ ଭାରସାମ୍ୟ ଠିକ ଅଛି ।
ଉଲ୍ଲେଖଯୋଗ୍ୟ ଯେ ଅନ୍ୟପଟେ ଗତ ୧୯ତାରିଖ ଦିନ ନିର୍ଭୟା ଗଣଦୁଷ୍କର୍ମ ମାମଲାରେ ସମ୍ପୃକ୍ତ ଥିବା ୪ଜଣ ଦୋଷୀଙ୍କୁ ଫାଶୀ ଦେବା ପାଇଁ ନୂଆ ଡ଼େଥ ୱାରେଣ୍ଟ ଜାରି କରିଥିଲେ ପଟିଆଲା ହାଉସକୋର୍ଟ । ଆସନ୍ତା ୩ ମାର୍ଚ୍ଚ ସକାଳ ୬ଟା ସମୟରେ ନିର୍ଭୟା ଦୋଷୀମାନଙ୍କୁ ଫାଶୀ ଦିଆଯିବ । ସମୟ ଗଡ଼ିବା ସଙ୍ଗେ ସଙ୍ଗେ ଦୋଷୀମାନେ ଫାଶୀ ଆଳରୁ ବଞ୍ଚିବା ପାଇଁ ନୂଆ ନୂଆ ଚାଲ ଖେଳିବାରେ ଲାଗି ପଡ଼ିଛନ୍ତି ।

Get real time updates directly on you device, subscribe now.