fbpx

‘ପାତାଳ ଲୋକ’କୁ ନେଇ ବିବାଦ ଘେରରେ ଅନୁଷ୍କା ଶର୍ମା, ଆସିଲା ନୋଟିସ୍

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା ଧରି ସମୟ ବଡ ପରଦାଠାରୁ ଦୂରେଇ ରହିଥିଲେ ବି ନିକଟରେ ତାଙ୍କର ୱେବ ସିରିଜ୍ ‘ପାତାଲ ଲୋକ’କୁ ନେଇ ସେ ଖୁବ୍ ଚର୍ଚ୍ଚାକୁ ଆସିଛନ୍ତି । ଦର୍ଶକଙ୍କୁ ଏହି ଧାରାବାହିକ ପସନ୍ଦ ମଧ୍ୟ ଆସିଛି । କିନ୍ତୁ ଏହାକୁ ନେଇ ଏବେ ବିବାଦ ଘେରରେ ଫସିଛନ୍ତି ଅନୁଷ୍କା । ଜଣେ ଓକିଲ ଅନୁଷ୍କାଙ୍କ ନାମରେ ଅଭିଯୋଗ କରିଛନ୍ତି ଯେ, ଏହି ସିରିଜ୍ ଜାତିଭିତ୍ତିକ ଅତ୍ୟାଚାର କରି ଏକ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟକୁ ଅପମାନିତ କରୁଛି । ଏଥିପାଇଁ ଅନୁଷ୍କାଙ୍କୁ ଆଇନଗତ ଭାବେ ନୋଟିସ ମଧ୍ୟ ପଠାଯାଇଛି । ତେବେ ପ୍ରଡ୍ୟୁସର ଅନୁଷ୍କା ଶର୍ମାଙ୍କୁ ଜାତୀୟ ଆଇନଜୀବୀ ଗିଲ୍ଡର ସଦସ୍ୟ ଆଡଭୋକେଟ ବିରେନ୍ ସିଂ ଗୁରୁଙ୍ଗ ଏକ ଆଇନଗତ ନୋଟିସ୍ ପଠାଇଥିବା ଜଣାପଡିଛି । ମେ ୧୮ରେ ଏହି ନୋଟିସ୍ ପଠାଯାଇଛି । ସିରିଜରେ ନେପାଳୀ ଚରିତ୍ର ଉପରେ ଜାତିଆଣ ଗାଳି ବ୍ୟବହାର ହୋଇଥିବା ଅଭିଯୋଗ ହୋଇଛି ।

 

Get real time updates directly on you device, subscribe now.