fbpx

କରଣ ଜୋହରଙ୍କ ପାର୍ଟିରେ ବୋଲ୍ଡ ଲୁକରେ ନଜର ଆସିଲେ ଅନୁଷ୍କା

ମୁମ୍ବାଇ: କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ହଟ୍ ଅବତାରରେ ନଜର ଆସିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା । ସବୁବେଳେ ସୋସିଆଲ ମିଡିଆରେ ବେଶ୍ ଆକ୍ଟିଭ ରହିଥାନ୍ତି ଅନୁଷ୍କା । ନିଜ ଫ୍ୟାନ୍ସଙ୍କ ପାଇଁ ସବୁବେଳେ ଫଟୋ ଶେୟାର କରିବା ସହ ଅପଡେଟ ମଧ୍ୟ ଦେଇଥାନ୍ତି ଅନୁଷ୍କା ।

ନିକଟରେ ଅନୁଷ୍କା ବଲିଉଡର ଫେମସ ଡାଇରେକ୍ଟର ଏବଂ ପ୍ରଡ୍ୟୁସର କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ହଟ୍ ଅବତାରରେ ନଜର ଆସିଥିଲେ । ଆଉ ଏବେ ପାର୍ଟିର ଫଟୋଗୁଡିକ ସେ ନିଜ ଇନଷ୍ଟାଗ୍ରାମରେ ଶେୟାର କରିଛନ୍ତି । ଅନୁଷ୍କାଙ୍କର ଏଭଳି ଲୁକ୍ କୁ ଫ୍ୟାନ୍ସ ଖୁବ୍ ପସନ୍ଦ କରୁଛନ୍ତି । ଫଟୋଗୁଡିକରେ କଳା ଡ୍ରେସ୍ ପିନ୍ଧିଥିବା ଅନୁଷ୍କା ବେଶ୍ ହଟ୍ ଏବଂ ସିଜଲିଙ୍ଗ ଦେଖାଯାଉଛନ୍ତି । ଅନୁଷ୍କା ଇନଷ୍ଟାରେ ତାଙ୍କର ଏଭଳି ବୋଲ୍ଡ ଲୁକ ସେୟାର କରିବା ପରେ କମେଣ୍ଟର ବର୍ଷା ହୋଇଛି । ଏପରିକି ଅନୁଷ୍କାଙ୍କ ଫୋଟୋରେ ସ୍ୱାମୀ ବିରାଟ କୋହଲି ମଧ୍ୟ କମେଣ୍ଟ ଦେଇଛନ୍ତି ।

ତେବେ ଏହି ବୋଲ୍ଡ ଫୋଟୋ ଦେଖି କିଛି ପ୍ରଶଂସକ ତାଙ୍କୁ ପ୍ରଶଂସା କରିଥିବାବେଳେ ଆଉ କିଛି ପ୍ରଶଂସକ ତାଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, କଳା ଡ୍ରେସରେ ତୁମେ ଅଧିକ ଆକର୍ଷଣୀୟ ଲାଗୁଛ । ସେହିପରି ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି, କୋହଲି ଭାଇ ଏପରି ପୋଷାକ ଉପରେ କିଛି କୁହନ୍ତି ନାହିଁ ।

ଅନୁଷ୍କା ଖୁବ ଶୀଘ୍ର ଫିଲ୍ମ ‘ଚକଡା ଏକ୍ସପ୍ରେସ’ରେ ନଜର ଆସିବେ । ଏହି ଫିଲ୍ମରେ ସେ ଭାରତୀୟ ମହିଳା କ୍ରିକେଟର ଝୁଲନ ଗୋସ୍ୱାମୀଙ୍କ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି । ପ୍ରାୟ ତିନି ବର୍ଷର ଦୀର୍ଘ ବ୍ୟବଧାନ ପରେ ଏହି ଫିଲ୍ମ ମାଧ୍ୟମରେ ସେ ଏହି ଅଭିନୟ ଜଗତକୁ କମବ୍ୟାକ୍ କରୁଛନ୍ତି ।

 

Get real time updates directly on you device, subscribe now.