fbpx

ଅପରାଜିତା ଓ ସଙ୍ଗୀତଙ୍କୁ ଅଣଦେଖା: ବିଜେପିର ୧୭ ଜଣିଆ କୋର୍ କମିଟିରେ ସ୍ଥାନ ପାଇଲେନି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଜେପି ପକ୍ଷରୁ ଘୋଷଣା କରାଯାଇଥିବା ୧୭ ଜଣିଆ ରାଜ୍ୟ କୋର କମିଟିରେ ଦୁଇଜଣ ବରିଷ୍ଠ ନେତ୍ରୀଙ୍କୁ ଅଣଦେଖା କରାଯାଇଛି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ଓ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ କମିଟିରେ ସ୍ଥାନ ନ ମିଳିବା ସମସ୍ତଙ୍କୁ ଚକିତ କରିଦେଇଛି । ତେବେ ଅପରାଜିତା ସଂପ୍ରତି ରାଜ୍ୟରେ ଶୋଭାଯାତ୍ରା, ସଭା କରୁଥିବା ବେଳେ ତାଙ୍କୁ ରାଜ୍ୟ କୋର କମିଟିରୁ ବାଦ୍ ଦେବା ପଛରେ ଉଦ୍ଦେଶ୍ୟ କ’ଣ ରହିଛି ତାହାକୁ ନେଇ ଚାରିଆଡ଼େ ଆଲୋଚନା ହେଉଛି । ଅନ୍ୟପଟେ ବଲାଙ୍ଗୀରରୁ ୪ ଥର ସାଂସଦ ହୋଇଥିବା ସଙ୍ଗୀତାଙ୍କୁ କେଇଁ ଆଧାରରେ ବାଦ୍ ଦିଆଗଲା ତାହା ଅସ୍ପଷ୍ଟ ରହିଛି । ତେବେ ତାଙ୍କର ସ୍ୱାମୀ କନକବର୍ଦ୍ଧନ କମିଟିରେ ଥିବାରୁ ଅନ୍ୟ ନେତାଙ୍କୁ ସାମିଲ ପାଇଁ ତାଙ୍କୁ ବାଦ ଦିଆଯାଇଥିବା ଦଳର ଜଣେ ବରିଷ୍ଠ ନେତା କହିଛନ୍ତି ।

୧୭ ଜଣିଆ କମିଟିରେ ରାଜ୍ୟ ପ୍ରଭାରୀ ଡି. ପୁରନ୍ଦେଶ୍ୱରୀ ଓ ସହ ପ୍ରଭାରୀ ବିଜୟପାଲ୍ ସିଂହ ତୋମାର ସ୍ୱତନ୍ତ୍ର ନିମନ୍ତ୍ରିତ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଭାପତି ସମୀର ମହାନ୍ତି, ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଅଶ୍ୱିନୀ ବୈଷ୍ଣବ, ବିଶ୍ୱେଶ୍ୱର ଡୁଡୁ, ଜୁଏଲ ଓରାମ, ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ, ପ୍ରଦୀପ୍ତ କୁମାର ନାଏକ, ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ସମ୍ବିତ ପାତ୍ର, ମନମୋହନ ସାମଲ, କେ.ଭି ସିଂହଦେଓ, ମାନସ କୁମାର ମହାନ୍ତି, ସୁରମା ପାଢ଼ୀ ପ୍ରମୁଖ ସ୍ଥାନ ପାଇଛନ୍ତି ।

Get real time updates directly on you device, subscribe now.