fbpx

ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ବିଚ୍ ରାସ୍ତାରେ ଖଣ୍ଡଯୁଦ୍ଧ, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗୋଟିଏ ପ୍ରେମିକା ପାଇଁ ଦୁଇ ପ୍ରେମିକଙ୍କ ମଧ୍ୟରେ ହୋଇଛି ହଣାକଟା । ଏହିଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ସ୍ଥିତ ଡମଣା ଛକ ନିକଟରେ । ଜଣେ ଯୁବତୀଙ୍କୁ ଦୁଇ ଦୁଇ ପ୍ରେମିକଙ୍କୁ ଭଲ ପାଇବା ମହଙ୍ଗା ପଡ଼ିଛି । ଦ୍ୱିତୀୟ ପ୍ରେମିକଙ୍କ ସହିତ ବାଇକରେ ବସି ବୁଲୁଥିବା ବେଳେ ପ୍ରଥମ ପ୍ରେମିକ ଆଗରେ ଧରାପଡ଼ିଛନ୍ତି । ଆଉ ତାପରେ ଯୁବତୀଙ୍କ ଲୁଚାଛପା ପ୍ରେମ ପଦାକୁ ଆସିଛି । ପ୍ରେମିକାଙ୍କ ଉପରେ ସନ୍ଦେହ କରି ପ୍ରଥମ ପ୍ରେମିକ ଜଣକ ପିଛା କରି ପହଞ୍ଚିଥିଲା ଦ୍ୱିତୀୟ ପ୍ରେମିକ ପାଖରେ । ଏହାପରେ ବିଚ୍ ରାସ୍ତାରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧି । ଭୁବନେଶ୍ୱର ଡମଣା ଛକରେ ଦୁଇ ପ୍ରେମିକଙ୍କ ଏହି କାଣ୍ଡ ଦେଖଣାହାରୀଙ୍କୁ ଚର୍ଚ୍ଚାର ଖୋରାକ ଯୋଗାଇଛି ।

ସୂଚନା ଅନୁସାରେ, ଡମଣା ଅଞ୍ଚଳର ଜଣେ ଯୁବତୀ ଦୀର୍ଘ ଦିନ ହେବ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ସେ ଏକ ଘରୋଇ କମ୍ପାନୀରେ ଚାକିରୀ କରନ୍ତି । ତେବେ ଏହାରି ଭିତରେ ଯୁବତୀ ଜଣକ ଆଉ ଜଣକ ପ୍ରେମରେ ପଡ଼ିଯାଇଥିଲେ । ଏହି ଦ୍ୱିତୀୟ ପ୍ରେମିକ ସହିତ ଯୁବତୀ ଜଣକ ବାଇକ୍ ରେ ବସି ଡମଣା ଅଞ୍ଚଳରେ ବୁଲାବୁଲି କରୁଥିଲେ । ଏହି ସମୟରେ ପ୍ରଥମ ପ୍ରେମିକ ଦୁହିଁଙ୍କୁ ଏକାଠି ଦେଖିବାକୁ ପାଇଥିଲା । ଆଉ ସିଧା ଯାଇ ସେମାନଙ୍କ ବାଟ ଓଗାଳିଥିଲା । ତାପରେ ତିନି ଜଣଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ପାଟିତୁଣ୍ଡ ।

ପାଟି ତୁଣ୍ଡ କରିବା ଭିତରେ ପ୍ରଥମ ପ୍ରେମିକ, ଦ୍ୱିତୀୟ ପ୍ରେମିକ ଉପରକୁ ଛୁରୀରେ ଆକ୍ରମଣ କରିଥିଲା । ଆଉ ଦେଖୁ ଦେଖୁ ରାସ୍ତାରେ ଗଡ଼ା ଗଡି ହୋଇ ଜୋରସୋରରେ ଝଗଡ଼ା କରିବା ଆରମ୍ଭ କରିଦେଇଥିଲେ । ଛୁରୀରେ ଆକ୍ରମଣ ହୋଇଥିବା ସତ୍ତେ୍ୱ ରକ୍ତାକ୍ତ ହୋଇ ନିଜ ନିଜ ମଧ୍ୟରେ ଖୁବ୍ ଜୋରେ ଝଗଡ଼ା କରିଥିଲେ । ତେବେ ଏହାରି ଭିତରେ କେହି ଜଣେ ପୋଲିସ୍ କୁ ଖବର ଦେଇଥିଲା । ପୋଲିସ୍ ଆସୁଥିବା ଜାଣିବା ପରେ ସମସ୍ତେ କୁଆଡେ ଚମ୍ପଟ ମାରିଥିଲେ । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

Get real time updates directly on you device, subscribe now.