fbpx

ଅପରାଜିତା ଷଡଙ୍ଗୀଙ୍କ ପିଏ ଗିରଫ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୧୧ ।୨(ଓଡିଶା ଭାସ୍କର): ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କ ବ୍ୟକ୍ତିଗତ ସହାୟକ ବା ପିଏ ଆଜି ଗିରଫ ହୋଇଛନ୍ତି । ପିଏ ଧନେଶ୍ୱର ବାରିକଙ୍କୁ ଗିରଫ କରିଛି ପୋଲିସ । ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳକୁ ନେଇ ଗିରଫ ହୋଇଥିବା ସୂଚନା ମିଳିଛି ।

ତେବେ ପୁରୁଣା ଭୁବନେଶ୍ୱର କାନ୍ଥବାଡ, ଗଳିକନ୍ଦିରେ ସାଂସଦ ଅପରାଜିତାଙ୍କ ଫଟୋଥିବା ପୋଷ୍ଟର ଲାଗିଥିବା ଆଜି ଦେଖିବାକୁ ମିଳିଥିଲା । ପୋଷ୍ଟର ମାରିବା ନେଇ ଗଣ୍ଡଗୋଳ ଆରମ୍ଭ ହୋଇଥିଲା । ଭୁବନେଶ୍ୱରରେ ‘ସାଂସଦ ନିଖୋଜ’ ବୋଲି ପୋଷ୍ଟ ମରାଯାଇଥିଲା । ପୋଷ୍ଟର ମାରିବା ବେଳେ ସାଂସଦଙ୍କ କିଛି ଲୋକ ଦେଖିଥିଲେ । ଏହା ପରେ ଗଣ୍ଡଗୋଳ ଆରମ୍ଭ ହୋଇଥିଲା ।

ଅନ୍ୟପଟେ ପୋଷ୍ଟରକୁ ନେଇ ସାଂସଦ କହିଛନ୍ତି ଯେ, ‘ଯେତେବେଳେ ବଜେଟ ଅଧିବେଶନ ଚାଲିଛି ସେତେବେଳେ ଏପରି ପୋଷ୍ଟର ଲଗାଯିବା ମୋତେ ଆମୋଦିତ କରିଛି । ଏଥି ସହ ସେ ଟ୍ୱିଟ କରି ଲେଖିଛନ୍ତି ଯେ, ‘ମୁଁ ଖୁସି ଯେ, ଭୁବନେଶ୍ୱର ମୋ ଅନୁପସ୍ଥିତିକୁ ଅନୁଭବ କରୁଛି । ବାସ୍ତବରେ ଏହା ଏକ ଅପୂର୍ବ ଅନୁଭବ ଆଣିଦେଇଛି । ଫେବ୍ରୁଆରୀ ୧୫ ପରେ ମୁଁ ଲୋକଙ୍କ ପାଖରେ ରହିବି । ‘

 

Get real time updates directly on you device, subscribe now.