fbpx

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଅପରାଜିତାଙ୍କ ଚିଠି

ଭୁବନେଶ୍ୱର, (ଓଡିଶା ଭାସ୍କର): ପ୍ରଧାନମମନ୍ତ୍ରୀ ଆବାସ ଯୋଜନା ପାଇଁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ତଥା ରାଷ୍ଟ୍ରୀୟ ପ୍ରବକ୍ତା ଅପରାଜିତା ଷଡ଼ଙ୍ଗୀ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପହଞ୍ଚିଥିବାରୁ ଜନସାଧାରଣ ଅତ୍ୟନ୍ତ ଦୁର୍ବିସହ ଜୀବନ ଅତିବାହିତ କରୁଥିବା ବେଳେ ଏହାର ସମାଧାନ ପାଇଁ ଜିଲ୍ଲାପାଳ, ବିଭାଗୀୟ ସଚିବ ଏବଂ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି ଅପରାଜିତା ଷଡଙ୍ଗୀ ।

ତେବେ ୨ଟି ନିର୍ଦ୍ଧିଷ୍ଟ ଅଞ୍ଚଳରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ନପହଁଞ୍ଚିଥିବାରୁ ସେ ଚିଠି ଲେଖିଛନ୍ତି । ସେହି ୨ଟି ଅଞ୍ଚଳ ମଧ୍ୟରୁ ଗୋଟିଏ ହେଉଛି ଟାଙ୍ଗୀ ବ୍ଲକ୍ ଅନ୍ତର୍ଗତ ଲେଣ୍ଡୋ ପଞ୍ଚାୟତ ରେଙ୍ଗଟା ଗ୍ରାମର ସଠିପଦା ସାହି ଓ ଅନ୍ୟଟି ହେଉଛି ବୋଲୋଗଡ଼ ବ୍ଲକ ଅନ୍ତର୍ଗତ ମାନିବନ୍ଧ ପଞ୍ଚାୟତ  ମାଣିବନ୍ଧ ଗ୍ରାମ ସ୍ଥିତ ନୂଆସାହି ଏବଂ ଆଦିବାସୀ ସାହି । ଏହା ବ୍ୟତୀତ ଆଗାମୀ ଦିନରେ ଏହି ସମସ୍ୟାର ସମାଧାନ ପାଇଁ ସେ ନିଜେ ବ୍ୟକ୍ତିଗତ ଭାବେ ଏହାର କାର୍ଯ୍ୟନୁୟାନ ତଦାରଖ କରିବେ ବୋଲି ସାଂସଦ ଅପରାଜିତା ଷଡ଼ଙ୍ଗୀ କହିଛନ୍ତି ।

Get real time updates directly on you device, subscribe now.