fbpx

ତଲାକ ଚର୍ଚ୍ଚା ମଧ୍ୟରେ ଏକାଠି ହେଲେ ସାନିଆ ମିର୍ଜା-ସୋଏବ ମଲିକ, ମିଶାଇଲା ଏହି ରିଏଲିଟି ଶୋ ?

ନୂଆଦିଲ୍ଲୀ: ସାନିଆ ମିର୍ଜା ଏବଂ ସୋଏବ ମଲିକ ଶୀଘ୍ର ପରସ୍ପରକୁ ଛାଡପତ୍ର ଦେବେ ବୋଲି ଚର୍ଚ୍ଚା ଖୁବ୍ ଚାଲିଛି। ଖବର ଅନୁଯାୟୀ, କିଛି ଆଇନଗତ ଔପଚାରିକତା ପୂରା ହେବା ପରେ ଦମ୍ପତ୍ତି ଆନୁଷ୍ଠାନିକ ଭାବେ ନିଜର ତଲାକ ଘୋଷଣା କରିବେ ବୋଲି ନିଷ୍ପତ୍ତି ନେଇଛନ୍ତି। ଏହା ମଧ୍ୟରେ ଦମ୍ପତ୍ତି ପରସ୍ପରଠୁ ଅଲଗା ହେବାର ଘୋଷଣା କରିବା ପୂର୍ବରୁ ପାର୍ଟନର ଭାବେ କିଛି ଶୋରେ ଏକାଠି ସୁଟିଂ ପାଇଁ ପ୍ରସ୍ତୁତ ଥିବା ଜଣା ପଡିଛି।

ପାକିସ୍ତାନର ଏକ ଓଟିଟି ପ୍ଲାଟଫର୍ମ ସୋମବାର ଏକ ଶୋ ର ଘୋଷଣା କରିଛି। ଏହାର ନାମ ରଖାଯାଇଛି ‘ଦ ମିର୍ଜା ମଲିକ ଶୋ’। ସ୍ଵାଭାବିକ ଭାବେ ଏହା ଏକ ଟକ୍ ଶୋ। ଏଥିରେ ସାନିଆ ଏବଂ ସୋଏବ ମଞ୍ଚ ପରିଚାଳନା କରିବେ ଏବଂ ଏଥିରେ ଭିନ୍ନ ଭିନ୍ନ କ୍ଷେତ୍ରର ବ୍ୟକ୍ତି ବିଶେଷ ସାମିଲ୍ ହେବେ।

କିନ୍ତୁ ଏହା ପୂର୍ବରୁ ଦମ୍ପତ୍ତିଙ୍କ ପ୍ରଶଂସକ ଦ୍ଵିଧାରେ ପଡି ଯାଇଛନ୍ତି। କିଛି ପ୍ରଶଂସକ ଏହା ଭାବି ଆଶ୍ଵସ୍ତି ଯେ, ଦୁଇ ଜଣଙ୍କ ମଧ୍ୟରେ ସବୁ କିଛି ଠିକ୍ ଅଛି। ଅନ୍ୟପଟେ କିଛି ପ୍ରଶଂସକ ତଲାକର ଗୁଜବକୁ ଏହି ଶୋ ପାଇଁ ପବ୍ଲିସିଟି ଷ୍ଟଣ୍ଟ ମାନୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଧନ୍ୟବାଦ ଆଲ୍ଲା ! ଶାନ୍ତି ମିଳିଗଲା ଦେଖି କି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ତଲାକ ପବ୍ଲସିଟି ଉଦ୍ଦେଶ୍ୟରେ ପ୍ରଚାର କରାଯାଇଥିଲା। ଲଜ୍ଜାର କଥା।

ଆଉ କିଛି ୟୁଜର କହିଛନ୍ତି, ଏହି ଶୋର ସୁଟ୍ ଆଠ ମାସ ପୂର୍ବରୁ କରାଯାଇଥିଲା, ଯେତେବେଳେ ଦମ୍ପତ୍ତିଙ୍କ ମଧ୍ୟରେ ସବୁ ଠିକ୍ ଥିଲା। ନା ସୋଏବ ଅଖତର ନା ସାନିଆ ମିର୍ଜା ଉଭୟ ନିଜର ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ କିଛି ସେୟାର କରି ନାହାନ୍ତି। ତଲାକ ଗୁଜବ ପୂର୍ବରୁ ପାକିସ୍ତାନୀ କ୍ରିକେଟର ମଲିକ ନିଜ ପୁଅ ଇଜହାନର ଜନ୍ମଦିନର ଫଟୋ ସେୟାର କରିଥିଲେ।

ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସୋଏବ ମଲିକ ସାନିଆଙ୍କୁ ଧୋକା ଦେଇଛନ୍ତି। ଆଉ ଏହି କାରଣରୁ ଦମ୍ପତ୍ତି ଛାଡପତ୍ର ନେବାକୁ ଯାଉଛନ୍ତି। ସାନିଆ ଏବଂ ସୋଏବଙ୍କ ତରଫରୁ କୌଣସି ଆନୁଷ୍ଠାନିକ ଘୋଷଣା ନହେବା ପର୍ଯ୍ୟନ୍ତ ପ୍ରଶଂସକ ଭ୍ରମିତ ରହିବେ ଏବଂ ଏମିତି ଅନେକ କଳ୍ପନାଜଳ୍ପନା କରି ଚାଲିଥିବେ।

Get real time updates directly on you device, subscribe now.