fbpx

ଚଣ୍ଡିଗଡ଼ ମେୟର ନିର୍ବାଚନକୁ ନେଇ ପଞ୍ଜାବ-ହରିୟାଣା ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲା APP

ନୂଆଦିଲ୍ଲୀ: ଚଣ୍ଡିଗଡ଼ ମେୟର ନିର୍ବାଚନରେ ହୋଇଥିବା ଦୁର୍ନୀତି ମାମଲାରେ ଆମ୍ ଆଦମୀ ପାର୍ଟି (ଆପ୍) ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଦ୍ୱାରସ୍ଥ ହେବାକୁ ନିଷ୍ପତ୍ତି ନେଇଛି। ନ୍ୟୁଜ୍ ଏଜେନ୍ସି ପିଟିଆଇ ଅନୁଯାୟୀ, ଆମ୍ ଆଦମୀ ପାର୍ଟି ପୁଣି ଥରେ ଏହି ନିର୍ବାଚନ କରିବାକୁ ଦାବି ଉଠାଇଛି। ଜଣେ ଅବସରପ୍ରାପ୍ତ ବିଚାରପତିଙ୍କ ତତ୍ତ୍ୱାବଧାନରେ ଏହି ନିର୍ବାଚନ କରାଯାଉ ବୋଲି ଦଳ ଦାବି କରିଛି।

ମୋଟ ୧୬ ଖଣ୍ଡ ଭୋଟ୍ ପାଇଥିବା ଏହି ନିର୍ବାଚନରେ ବିଜେପି ବିଜୟୀ ହୋଇଛି। ସେହିପରି ଆମ୍ ଆଦମୀ ପାର୍ଟି ଓ କଂଗ୍ରେସର ମିଳିତ ପ୍ରାର୍ଥୀ ଙ୍କୁ ମାତ୍ର ୧୨ଟି ଭୋଟ୍ ମିଳିଥିଲା। ଏହି ନିର୍ବାଚନରେ ୮ଟି ଭୋଟ୍ ଅବୈଧ ଘୋଷଣା କରାଯାଇଛି। ଏହି ମାମଲାରେ ଆମ୍ ଆଦମୀ ପାର୍ଟି ପ୍ରିଜାଇଡିଂ ଅଫିସରଙ୍କ ବିରୋଧରେ ଦେଶଦ୍ରୋହ ଅଭିଯୋଗ ଆଣିଛି।

ଆପ୍ ସାଂସଦ ରାଘବ ଚଢ଼ା କହିଛନ୍ତି, “ପ୍ରିଜାଇଡିଂ ଅଫିସର ଦେଶଦ୍ରୋହ କରିଛନ୍ତି, ତାଙ୍କୁ ଗିରଫ କରାଯାଉ। ମାମଲା ଆଗକୁ ବଢ଼ିବା ଦରକାର। ଆମେ ଅଭିଯୋଗ କରିବୁ, କାର୍ଯ୍ୟାନୁଷ୍ଠାନ ଦାବି କରିବୁ, ଆମେ ତାଙ୍କୁ ଗିରଫ କରିବାକୁ ଦାବି କରିବୁ। ଅନ୍ୟପକ୍ଷରେ ଦଳର ସୁପ୍ରିମୋ ଅରବିନ୍ଦ କେଜ୍ରିଓ୍ଵାଲ ଏହି ଘଟଣାକୁ ଉଦ୍ ବେଗଜନକ ବୋଲି କହିବା ସହ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏହାକୁ ଗଣତନ୍ତ୍ରର ଲୁଟ୍ ବୋଲି କହିଛନ୍ତି।”

Get real time updates directly on you device, subscribe now.