fbpx

ଭାରତରେ ବ୍ୟାନ୍ ହୋଇଥିବା ଏହି ଆପ୍ ଦୁନିଆରେ ହୋଇଛି ସର୍ବାଧିକ ଥର ଡାଉନଲୋଡ୍, ଜାଣନ୍ତୁ ଟପ୍ ୫ ଲିଷ୍ଟରେ ରହିଛି କେଉଁ କେଉଁ ଆପ୍

ନୂଆଦିଲ୍ଲୀ: ୨୦୨୦ରେ ସର୍ବାଧିକ ଥର ଡାଉନଲୋଡ୍ କରାଯାଇଥିବା ଆପ୍ ହୋଇଥିଲା ଟିକଟକ୍ । ଏଥିସହ ଫେସବୁକ୍ ଭଳି ଆପ୍ କୁ ବି ପଛରେ ଛାଡ଼ିଦେଇଥିଲା ଟିକଟକ୍ । ବିଜନେସ୍ ଜର୍ନାଲ୍ ନିକ୍କେଇ ଏସିଆର ଏକ ରିପୋର୍ଟ ମୁତାବକ, ୨୦୧୮ରୁ ଆରମ୍ଭ କରି ଏପର୍ଯ୍ୟନ୍ତ ପ୍ରଥମ ଥର ଟିକଟକ୍ କୁ ଏତେ ବଡ଼ ଉପଲବ୍ଧି ହୋଇଛି । କେବଳ ଭାରତରେ ନୂହେଁ ବରଂ ଅନ୍ୟ ଦେଶ ମାନଙ୍କରେ ବି ଟିକଟକକୁ ସର୍ବାଧିକ ଥର ଆଣ୍ଡ୍ରଏଡ୍ ଫୋନ୍ ରେ ଡାଉନଲୋଡ୍ କରାଯାଇଛି । ଏହାଫଳରେ ଫେସବୁକ୍ ଭଳି ଲୋକପ୍ରିୟ ଆପ୍ କୁ କ୍ଷତି ସହିବାକୁ ପଡ଼ିଛି । ତେବେ ଦୁନିଆରେ ସର୍ବାଧିକ ଥର ଡାଉନଲୋଡ୍ କରାଯାଇଥିବା ଟପ୍ ୧୦ ଆପ୍ ମଧ୍ୟରେ ୪ଟି ଆପ୍ ହେଉଛି କେବଳ ଫେସବୁକ୍ କମ୍ପାନୀର । ତେବେ ଚାଲନ୍ତୁ ଜାଣିବା ତାଲିକାରେ କେଉଁ କେଉଁ ଆପ୍ ରହିଛି ।

ଜର୍ନାଲ୍ ନିକ୍କେଇ ଏସିଆର ଏକ ରିପୋର୍ଟ ମୁତାବକ, ୨୦୧୯ରେ ଚତୁର୍ଥ ସ୍ଥାନରେ ଥିବା ଟିକଟକ୍ ଆପ୍ ୨୦୨୦ରେ ଅନ୍ୟ ଆପ୍ ତୁଳନାରେ ସର୍ବାଧିକ ଥର ଡାଉନଲୋଡ୍ କରାଯାଇଛି । ଟିକଟକ୍ ନମ୍ବର ୱାନ୍ ରେ ରହିଛି । ସେହିପରି ଏହି ଲିଷ୍ଟ୍ ରେ ଦ୍ୱିତୀୟ ସ୍ଥାନରେ ରହିଛି ଫେସବୁକ୍ । ହେଲେ ଏହାର ମେସେଜିଂ ଆପ୍- ଫେସବୁକ୍ ମେସେଞ୍ଜର୍ ୫ମ ସ୍ଥାନରେ ରହିଛି । ଟପ୍ ୫ ଲିଷ୍ଟ୍ କଥା ଯଦି କହିବା ତେବେ ଫେସବୁକ୍, ହ୍ୱାଟସଆପ୍, ଇନଷ୍ଟାଗ୍ରାମ ଏବଂ ଫେସବୁକ୍ ମେସେଞ୍ଜର୍ ଆପ୍ ସାମିଲ୍ ରହିଛି । ତେବେ ଟିକଟକ୍ କୁ ଭାରତରେ ବ୍ୟାନ୍ କରିଦିଆଯାଇଛି ।

Get real time updates directly on you device, subscribe now.