fbpx
BJD
BJD SKY
BJD SKY

୨ ସେକେଣ୍ଡରେ ୦-୧୦୦; MAHINDRA ଆଣୁଛି ଦ୍ରୁତତମ ଇଲେକ୍ଟ୍ରିକ କାର

ନୂଆଦିଲ୍ଲୀ: ୨ ସେକେଣ୍ଡରେ କାରର ସ୍ପିଡ ହେବ ୦ରୁୁ ୧୦୦ କିମି । କାର କମ୍ପାନୀ ମହିନ୍ଦ୍ରା ପକ୍ଷରୁ ଏହାର ନୂତନ କାର ପିନିନଫାରିନା ବାଟିଷ୍ଟା ଲଞ୍ଚ କରାଯିବ । ଏହି କାରର ବିଶେଷତ୍ୱ ହେଉଛି ଏହା ମାତ୍ର ୨ ସେକେଣ୍ଡରେ ୦-୧୦୦ କିମିର ବେଗ ହାସଲ କରି ପାରିବ । ଇଲେକ୍ଟ୍ରିକ୍ କାର ମଧ୍ୟରେ ଏହି କାରଟି ସର୍ବାଧିକ ଗତି ହାସଲ କରିବାର କ୍ଷମତା ରଖୁଛି । ଏହା ସହିତ ଏହି କାରଟ ଥରେ ଚାର୍ଜ ହେଲେ ପ୍ରାୟ ୪୫୦ କିମି ଯାତ୍ରା କରି ପାରିବ । ୨୦୧୫ରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ପକ୍ଷରୁ ପିନିନଫାରିନାକୁ ଅଧିଗ୍ରହଣ କରାଯାଇଥିଲା । ୧୨୪୦ କୋଟି ବ୍ୟୟରେ ଅଧିଗ୍ରହଣ ହୋଇଥିବା ବେଳେ ପ୍ରଥମ କାର ଭାବରେ ପିନିନଫାରିନା ବାଟିଷ୍ଟାକୁ ଲଞ୍ଚ କରାଯାଇଛି ।

ପୂର୍ବରୁ ଏହି ଇଟାଲିଆନ କମ୍ପାନୀ ଫେରାରୀ, ମାସେରାଟୀ, ରୋଲ୍ସ ରୟେସ ପରି ନାମୀ ବ୍ରାଣ୍ଡର କାରର ଡିଜାଇନ ପ୍ରସ୍ତୁତ କରିଛି । ପ୍ରଥମ ଥର ପାଇଁ ୨୦୧୯ ଜେନେଭା ମୋଟର ଶୋରେ ଏହି ହାଇପର କାର ଦେଖିବାକୁ ମିଳିଥିଲା । ପିନିନଫାରିନାର ପ୍ରତିଷ୍ଠାତା ବାଟିଷ୍ଟା ପିନିନଫାରିନାଙ୍କ ସ୍ମୃତିରେ ଏହି କାରଟିର ଏଭଳି ନାମ ରଖାଯାଇଛି । ଆସନ୍ତା ଅଗଷ୍ଟ ୧୨ରୁ ୧୫ ମଧ୍ୟରେ ଏହି କାରଟି ଲଞ୍ଚ ହେବ ବୋଲି ଜଣାପଡିଛି । ବାଟିଷ୍ଟାରେ ୪ଟି ମୋଟର ବ୍ୟବହୃତ ହୋଇଥାଏ ଯେଉଁଥିରୁ ୧୪୦୦ କିଲୋୱାଟ (୧୯୦୦ ଏଚ୍ପି) ଶକ୍ତି ଉତ୍ପାଦିତ ହୋଇଥାଏ । ଏହି କାରଟିର ଘୂର୍ଣ୍ଣାୟମାନ ୨୩୦୦ ଏନଏମ୍ ଟର୍କ ରହିଛି ଯେଉଁ କାରଣରୁ ଏହା ୦ ରୁ ୧୦୦ କିମିର ବେଗ ମାତ୍ର ୨ ସେକେଣ୍ଡରେ ହାସଲ କରି ପାରିଥାଏ । ଏହି କାରର ସର୍ବାଧିକ ବେଗ ୩୫୦ କିମି/ଘଣ୍ଟା ରହିଛି । ୨୦୨୨ରେ ଏହା ବିକ୍ରି ପାଇଁ ଉପଲବ୍ଧ ହେବ । ବଜାରରେ ଏହାର ମୂଲ୍ୟ ପ୍ରାୟ ୧୭ କୋଟି ଟଙ୍କା ରହିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.