fbpx

ଔଷଧ ଖାଇବାକୁ ମିଳିବ ରିମାଇଣ୍ଡର: ପ୍ରସ୍ତୁତ ହେଲା ସ୍ୱତନ୍ତ୍ର ଆପ୍ ‘ନିମାଇ’, ଦେଖନ୍ତୁ ଭିଡିଓ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଧୁନିକ ଯୁଗରେ ଚିକିତ୍ସା କ୍ଷେତ୍ରରେ ଆଉ ଏକ ସଫଳତା। ଔଷଧ ଖାଇବା ପାଇଁ ମନେପକାଇ ଦେବ ଆପ। ଏନେଇ ପ୍ରସ୍ତୁତ ହୋଇଛି ସ୍ୱତନ୍ତ୍ର ଆପ ‘ନିମାଇ’। ଯେକୌଣସି ରୋଗ ହେଉନା କାହିଁକି ସଠିକ ସମୟରେ ଔଷଧ ଖାଇବାକୁ ସହାୟତା କରିବ ଏହି ଆପ । ଏହାକୁ ପ୍ରସ୍ତୁତ କରିଛନ୍ତି ଆଇଆଇଟି ଖଡ଼ଗପୁରର କମ୍ପ୍ୟୁଟର ବିଜ୍ଞାନ ତଥା ଏମ. ଟେକ ବିକ୍ରମ ରାୟ । ଏ କ୍ଷେତ୍ରରେ ତାଙ୍କୁ ବୈଷୟିକ ସହାୟତା କରିଛନ୍ତି କିଡ଼ସ ଚିକିତ୍ସାଳୟ ତଥା କାନୁନଗୋ ଡାଇବେଟିସ କେନ୍ଦ୍ରର ମୁଖ୍ୟ ପରାମର୍ଶଦାତା ଡା. ଆଲୋକ କାନୁନଗୋ ।

ବିଶେଷକରି ଏହି ଆପ ବରିଷ୍ଠ ନାଗରିକଙ୍କ ନିମନ୍ତେ ବହୁତ ସହାୟକ ହେବ। ବ୍ୟସ୍ତବହୁଳ ଜୀବନ ଏବଂ ଯେଉଁମାନେ କାର୍ୟ୍ୟବ୍ୟସ୍ତତାପାଇଁ ଅନେକ ଔଷଧ ଖାଇବା ନିମନ୍ତେ ଭୁଲି ଯାଆନ୍ତି । ସେହିପରି ଅନେକ ଜଟିଳ ରୋଗ ଯୋଗୁଁ କେଉଁ ଔଷଧ କେଉଁ ସମୟରେ ଖାଇବେ ତାହାକୁ ମଧ୍ୟ ମନେରଖି ପାରନ୍ତି ନାହିଁ । ଏହି କ୍ଷେତ୍ରରେ ଏହି ଆପ ସହାୟକ ହେବ । ଏହି ନିମାଇ ଆପ ‘ଆଇଓଏସ’ ଏବଂ ପ୍ଲେ ଷ୍ଟୋର ଉପଲବ୍ଧ ରହିଛି ଏବଂ ଏଥି ପାଇଁ କୌଣସି ଦେୟ ଦେବାକୁ ପଡିବ ନାହିଁ । ପ୍ରାଥମିକ ପର୍ୟ୍ୟାୟରେ ଏହି ଏହି ଆପ ଇଂରାଜୀରେ ଥିବାବେଳେ ଖୁବଶୀଘ୍ର ଓଡ଼ିଆରେ ଉପଲବ୍ଧ ହେବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି। ଚିକିତ୍ସା କ୍ଷେତ୍ରରେ ପ୍ରୋତ୍ସାହନ କରୁଥିବା ତଥା ମୁଖ୍ୟ ପ୍ରଶିକ୍ଷକ ଓ ଗୁରୁତର ରୋଗୀଙ୍କୁ ସାହାଯ୍ୟ କରୁଥିବା ପ୍ରଫେସର ଡା. ନିମାନନ୍ଦ ରାୟଙ୍କୁ ଉତ୍ସର୍ଗୀକୃତ କରାଯାଇଛି ବୋଲି ଡା ଆଲୋକ କାନୁନଗୋ ଭୁବନେଶ୍ବର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ନିମାଇ ଆପ୍ ଲୋକାର୍ପିତ ଉତ୍ସବରେ ଡଃ ସୁକନ୍ୟା ରାୟ, ଡଃ ମିହିର କୁମାର ସେନାପତି ଉପସ୍ଥିତ ରହି ଆପ଼ ଲୋକମାନଙ୍କ ହିତରେ ଆସିବ ବୋଲି ମତବ୍ୟକ୍ତ କରିଥିଲେ।

Get real time updates directly on you device, subscribe now.