fbpx

ଶସ୍ତା ହେଲା ଆଇଫୋନ 14-15 ମଡେଲ, ଭାରତରେ କେତେ ରହିଛି ଦାମ୍?

ନୂଆଦିଲ୍ଲୀ: ଆପଲ୍ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର । ଶସ୍ତା ହେଲା ଆଇଫୋନ ।  ଗତ ସୋମବାର ଦିନ ଲଞ୍ଚ ହୋଇଥିଲା ଆଇଫୋନ 16 ସିରିଜ୍ । ଆପଲର ସବୁଠାରୁ ବଡ ଇଭେଣ୍ଟ ଆପଲ ଇଭେଣ୍ଚ 2024ରେ ଏହାକୁ ଲଞ୍ଚ କରାଯାଇଛି । ଆଇଫୋନ 16 ସିରିଜରେ ଆଇଫୋନ 16, 16 ପ୍ଲସ, 16 ପ୍ରୋ ଏବଂ 16 ପ୍ରୋ ମ୍ୟାକ୍ସ ରହିଛି । ତେବେ ଫୋନ ସହିତ ଆପଲ ଓ୍ବାଚ ସିରିଜ 10କୁ ମଧ୍ୟ ଲଞ୍ଚ କରିଛି କମ୍ପାନୀ । ଯଦି ଆଇଫୋନ 16 ସିରିଜ କଥା ଦେଖିବା ତାହେଲେ ଏହାର ପ୍ରାରମ୍ଭିକ ମୂଲ୍ୟ 79 ହଜାର 900 ଟଙ୍କା ରହିଛି ବେସ୍ ମଡେଲ । ସେହିପରି ଅଧିକ ଷ୍ଟୋରେଜ ଭଳି ଫୋନର ସର୍ବୋଚ୍ଚ ମୂଲ୍ୟ 1 ଲକ୍ଷ 84 ହଜାର 900 ଟଙ୍କା ରହିଛି । ଯଦିଓ ଏହାର ଦାମ୍ ଅଧିକା ରହିଛି କିନ୍ତୁ ଆଇଫୋନ 15 ପ୍ରୋ ଠାରୁ କମ୍ ଅଟେ ।

ତେବେ ଆଇଫୋନ 16 ସିରିଜ ଲଞ୍ଚ କଲା ପରେ କମ୍ପାନୀ ପୁରୁଣା ମଡେଲର ଦାମକୁ କମ୍ କରିଦେଇଛି । ଆଇଫୋନ 15 ଏବଂ ଆଇଫୋନ 14 ବେସ୍ ମଡେଲକୁ କମ୍ କରିଛି କମ୍ପାନୀ । ବର୍ତ୍ତମାନ ମାତ୍ର 59 ହଜାର 900 ଟଙ୍କାରେ ମିଳୁଛି ଆଇଫୋନ 14 । ସେହିପରି ଆଇଫୋନ୍ 14 ପ୍ଲସର ଦାମ୍ ରହିଛି 69 ହଜାର 900 ଟଙ୍କା । ଯଦି ଜଣେ ଗ୍ରାହକ ଫ୍ଲିପକାର୍ଟରୁ କିଣିବାକୁ ଚାହୁଁଛନ୍ତି ତାହେଲେ ଏଥିରେ ଏତି ଶସ୍ତାରେ କିଣି ପାରିବେ । ଆଇଫୋନ 14ର ସର୍ବନିମ୍ନ ମୂଲ୍ୟ 57 ହଜାର 999 ଟଙ୍କାରୁ ଆରମ୍ଭ ହେଉଥିବା ବେଳେ ଆଇଫୋନ 14 ପ୍ଲସର ଦାମ୍ 585 ହଜାର 999 ଟଙ୍କା ରହିଛି । ସେହିପରି ଆମାଜନରେ ଆଇଫୋନ 14ର ଦାମ୍ 60ହଜାର 900 ଟଙ୍କା ରହିଥିବା ବେଳେ ପ୍ଲସର ଦାମ୍ ରହିଛି 64 ହଜାର 900 ଟଙ୍କା ।

ଯଦି ଦେଖିବା ଆଇଫୋନ 15ର ଦାମ୍ ମଧ୍ୟ କମାଇଛି କମ୍ପାନୀ । ସର୍ବନିମ୍ନ ମୂଲ୍ୟ 69 ହଜାର 900 ଟଙ୍କା ରହିଥିବା ବେଳେ ପ୍ଲସର ଦାମ୍ 79 ହଜାର 900 ଟଙ୍କା ରହିଛି । ଫ୍ଲିପକାର୍ଟରେ ଆଇଫୋନ 15 ପ୍ଲସର ଦାମ୍ ମାତ୍ର 75 ହଜାର 900 ଟଙ୍କା ରହିଛି । ଏକ କୌତୁହଳର ବିଷୟ ଯେ ଆଇଫୋନ 15 ପ୍ରୋର ଦାମ୍ 1ଲକ୍ଷ 28 ହଜାର 200 ଟଙ୍କା ରହିଥିବା ବେଳେ ଆଇଫୋନ 16 ପ୍ରୋର ଦାମ୍ ରହିଛି 1 ଲକ୍ଷ 19 ହଜାର 900 ଟଙ୍କା । ଏହି ଦାମ୍ ଉପରେ ବ୍ୟାଙ୍କ ଅଫର ଏବଂ କ୍ରେଡିଟ୍ କାର୍ଡ ପ୍ରଯୁଜ୍ୟ ଅଟେ । 5000 ଟଙ୍କା ପର୍ଯ୍ୟନ୍ତ ରିହାତିର ସୁବିଧା ରହିଛି ।

Get real time updates directly on you device, subscribe now.