ଆରମ୍ଭ ହେଲା Apple iPhone 16eର ସେଲ୍, ମିଳୁଛି ବଡ଼ ଡିସକାଉଣ୍ଟ

iPhone 16eର ବିକ୍ରି ଆରମ୍ଭ । ଶସ୍ତାରେ ମିଳୁଛି ଦମଦାର ଫିଚର ।

ନୂଆଦିଲ୍ଲୀ: Apple iPhone 16e ଆଜି ଅର୍ଥାତ୍ ୨୮ ଫେବୃଆରୀରୁ ଉପଲବ୍ଧ ହୋଇଛି । ଏହି ସ୍ମାର୍ଟଫୋନକୁ Amazon, Flipkart, Apple ର ଅଫିସିଆଲ୍ ଷ୍ଟୋର ଏବଂ ଅନ୍ୟାନ୍ୟ ଖୁଚୁରା ଷ୍ଟୋରରୁ କିଣିପାରିବେ । Apple iPhone 16e ଲଞ୍ଚ ହେବା ପରଠାରୁ ପ୍ରି-ଅର୍ଡର ଜାରି ରହିଥିଲା । ଯେଉଁମାନେ ପ୍ରି-ଅର୍ଡର କରିଥିଲେ ସେମାନଙ୍କୁ ଆଜି ଫୋନ୍ ମିଳିବ ।

କମ୍ପାନୀ iPhone 16e ଲଞ୍ଚ କରିଛି, ଯାହା iPhone SE ମଡେଲକୁ ରିପ୍ଲେସ କରିଛି । ତଥାପି, ଏହି ସ୍ମାର୍ଟଫୋନଟି iPhone SE ପରି ସମାନ ଦର୍ଶନରେ ଡିଜାଇନ୍ କରାଯାଇଛି । ଏହାର ଅର୍ଥ ହେଉଛି ଏହା ସମସ୍ତ ଆବଶ୍ୟକୀୟ ଫିଚର ସହିତ ଏକ ଶସ୍ତା ଆଇଫୋନ୍ ।

କେତେ ରହିଛି ଦାମ୍- Apple iPhone 16e ତିନୋଟି ଷ୍ଟୋରେଜ୍ ଅପ୍ସନ ସହିତ ଉପଲବ୍ଧ। ଏହାର ବେସ୍ ଭାରିଆଣ୍ଟ 128GB ଷ୍ଟୋରେଜ୍ ସହିତ ଆସିଥାଏ, ଯାହାର ମୂଲ୍ୟ 59,900 ଟଙ୍କା । ଏହାର ଟପ୍ ଭାରିଆଣ୍ଟ 512GB ଷ୍ଟୋରେଜ୍ ସହିତ ଆସିଥାଏ, ଯାହାର ମୂଲ୍ୟ 89,900 ଟଙ୍କା। ୨୫୬ ଜିବି ଷ୍ଟୋରେଜ୍ ସହିତ ମିଡିୟମ୍ ଭାରିଆଣ୍ଟର ମୂଲ୍ୟ ୬୯,୯୦୦ ଟଙ୍କା ଅଟେ ।

ଏହି ଫୋନର ମାତ୍ର 2ଟି କଲର ଉପଲବ୍ଧ ରହିଛି । କଳା ଏବଂ ଧଳା ଦୁଇଟି କଲର ରହିଛି । ଏହି ସ୍ମାର୍ଟଫୋନରେ 4000 ହାଜର ଟଙ୍କାର ଡିସକାଉଣ୍ଟ ରହିଛି । ପ୍ରମୁଖ ଇ-କମର୍ସ ସାଇଟ୍ ଡିସକାଉଣ୍ଟ ଦେଉଛନ୍ତି । ଏହାସହିତ ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି ।