fbpx

Apple ଲଞ୍ଚ କଲା ‘Buy Now Pay Later’ ସେବା: ସୁଧ ନାହିଁ କି ଫିସ୍ ନାହିଁ

ନୂଆଦିଲ୍ଲୀ: ଗ୍ରାହକଙ୍କ ସୁବିଧା ପାଇଁ ଟେକ୍ କମ୍ପାନୀମାନେ ସର୍ବଦା ନୂଆ ନୂଆ ତଥା ଆକର୍ଷଣୀୟ ସେବା ଆଣିଥାନ୍ତି । ତେବେ ଏହା ମଧ୍ୟରେ ବିଶ୍ୱର ଅନ୍ୟତମ ମୋଷ୍ଟ ଭାଲୁଏବଲ କମ୍ପାନୀ ଆପଲ ୟୁଜର୍ସଙ୍କ ପାଇଁ ଏକ ବଡ଼ ଉପହାର ଆଣି ଦେଇଛି । ଅନେକ ସମୟରେ ବିଭିନ୍ନ କମ୍ପାନୀର ସେବା ଉପଭୋଗ କରିବାକୁ ବା ପ୍ରଡକ୍ଟ କିଣିବାକୁ ଇଚ୍ଛା ଥିଲେ ହେଁ ପକେଟରେ ଆବଶ୍ୟକ ପରିମାଣର ଅର୍ଥ ନଥାଏ । ତେଣୁ ୟୁଜର୍ସଙ୍କୁ ଏହି ସମସ୍ୟାରୁ ମୁକ୍ତି ଦେବା ପାଇଁ କମ୍ପାନୀ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ଏହି ସେବା ବିଷୟରେ ଜାଣିବା ପରେ ଆପଣମାନେ ଖୁସିରେ ନାଚି ଉଠିବେ ।

ରିପୋର୍ଟ ମୁତାବକ, ଆଇ ଫୋନ ନିର୍ମାତା କମ୍ପାନୀ ଆପଲ ଆଜି ଏକ ନୂଆ ସେବା ଲଞ୍ଚ କରିଛି । ଆପଲ ‘ବାଏ ନାଓ ପେ ଲାଟର’ ସେବା ଆରମ୍ଭ କରିଛି । ଏହି ସେବା ମାଧ୍ୟମରେ ୟୁଜର୍ସ ୪ଟି କିସ୍ତିରେ ପେମେଣ୍ଟ କରିପାରିବେ । ତେବେ ଏହି ପେମେଣ୍ଟ ୬ ସପ୍ତାହ ମଧ୍ୟରେ ଭରଣା କରିବାକୁ ପଡ଼ିବ । ଏଥିପାଇଁ ୟୁଜର୍ସଙ୍କୁ କୌଣସି ସୁଧ କି ଫିସ୍ ଦେବାକୁ ପଡ଼ିବନି ।

ତେବେ ‘ବାଏ ନାଓ ପେ ଲାଟର’ ସେବା ଆଜିଠାରୁ ଆପଲ କମ୍ପାନୀ ଲଞ୍ଚ କରିଛି । ଆଜିଠାରୁ କମ୍ପାନୀ କିଛି ବଛା ବଛା ୟୁଜର୍ସଙ୍କ ପାଇଁ ଏହି ସୁବିଧା ଆଣିଛି । ମାତ୍ର ଆସନ୍ତା ମାସଗୁଡ଼ିକରେ ସମସ୍ତ ଯୋଗ୍ୟ ୟୁଜର୍ସଙ୍କ ପାଇଁ ଏହି ସୁବିଧା ଉପଲବ୍ଧ ହେବ ବୋଲି କୁହାଯାଇଛି । ଏନେଇ ଆପଲ କମ୍ପାନୀର ଭାଇସ ପ୍ରେସିଡେଣ୍ଟ ଜେନିଫର ବାଇଲେ କହିଛନ୍ତି, ଅଧିକାଂଶ ଲୋକ ସର୍ବଦା ଫ୍ଲେକ୍ସିବଲ ପେମେଣ୍ଟ ଅପ୍ସନ ସନ୍ଧାନରେ ରହିଥାନ୍ତି । ତେଣୁ ଆମେ ଆମର ସମସ୍ତ ୟୁଜର୍ସଙ୍କ ପାଇଁ ଏହି ‘ବାଏ ନାଓ ପେ ଲାଟର’ ସେବା ଆଜିଠାରୁ ଲଞ୍ଚ କରିଛୁ ।

Get real time updates directly on you device, subscribe now.