fbpx

ନୂଆ ଜିଓଫାଇବର ବ୍ରଡବ୍ୟାଣ୍ଡ୍ ବ୍ୟାକଅପ୍ ପ୍ଲାନ୍ ଘୋଷଣା

ମୁମ୍ବାଇ: ରିଲାଏନ୍ସ ଜିଓ ପକ୍ଷରୁ ଫିକ୍ସଡ୍ ବ୍ରଡବ୍ୟାଣ୍ଡ୍ ସେବା କ୍ଷେତ୍ର ଲାଗି ସୁଲଭ ମୂଲ୍ୟର ନୂଆ “ବ୍ରଡବ୍ୟାଣ୍ଡ୍ ବ୍ୟାକ୍ ଅପ୍ ପ୍ଲାନ୍ ଘୋଷଣା କରାଯାଇଛି । ମାସିକ ମାତ୍ର ୧୯୮ ଟଙ୍କା ରହିଥିବା ଏହି ପ୍ଲାନ୍ରେ ସେକେଣ୍ଡ୍ ପିଛା ୧୦ ମେଗାବିଟର ଇଂଟରନେଟ୍ ସ୍ପିଡ୍ ମିଳିବ । ଏଥିରେ ଗ୍ରାହକମାନଙ୍କ ଲାଗି ଇଂଟରନେଟ୍ ସ୍ପିଡ୍କୁ ୧୦ ଏମବିପିଏସରୁ ୩୦ ଏମବିପିଏସ୍ କିମ୍ବା ୧୦୦ ଏମ୍ବିପିଏସ୍ ପର୍ଯ୍ୟ” ବଢ଼ାଇବାର ସୁଯୋଗ ମିଳିବ ।

ଦରକାର ସମୟରେ ସେମାନେ ୧, ୨ ଓ ୭ ଦିନିଆ ଅବଧି ପାଇଁ ଇଂଟରନେଟ୍ ସ୍ପିଡ୍ ବଢ଼ାଇପାରିବେ । ଏହି ପ୍ଲାନ୍ରେ ଗ୍ରାହକମାନେ ୨୪ ଘଂଟା ନିରବଚ୍ଛିନ୍ନ ଇଂଟରନେଟ୍ ସଂଯୋଗ ପାଇପାରିବେ । ସଂଯୋଗ ପହଂଚିନଥିବା ଘରଗୁଡ଼ିକୁ ଏହି ପ୍ଲାନ୍ ଜରିଆରେ ପାଠପଢ଼ା, କାର୍ଯ୍ୟ, ମନୋରଂଜନ ଆଦିକୁ ନେଇ ବାଧାମୁକ୍ତ ଅନୁଭୂତି ପାଇପାରିବେ । ଏହି ପ୍ଲାନ୍ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ଭାରତର ସର୍ବବୃହତ ଗୃହ ବ୍ରଡ୍ବ୍ୟାଣ୍ଡ୍ ସେବା ପ୍ରଦାନକାରୀ ଭାବେ ଜିଓରେ ଆମେ ଏହା ଭଲ ଭାବେ ବୁଝୁଛୁ ଯେ ଗ୍ରାହକମାନେ ଘରେ ଚବିଶ ଘଂଟା ଭରସାଯୋଗ୍ୟ ବ୍ରଡ୍ବ୍ୟାଣ୍ଡ୍ ଚାହୁଛନ୍ତି ।

ଜିଓଫାଇବର୍ ବ୍ୟାକ୍ଅପ୍ ପ୍ଲାନ୍ ଜରିଆରେ ଆମେ ସେମାନଙ୍କ ଘରେ ବିକଳ୍ପ ଭରସାଯୋଗ୍ୟ ବ୍ରଡ୍ବ୍ୟାଣ୍ଡ୍ ସଂଯୋଗ ପହଂଚାଇବାକୁ ଚାହୁଛୁ । ବ୍ୟାକ୍ ଅପ୍ କନେକ୍ସନର ଏହି ନୂଆ ଚିନ୍ତାଧାରା ଘରଗୁଡ଼ିକୁ ସୁଲଭ ମୂଲ୍ୟରେ ନିଶ୍ଚିତ ଡାଟା ଯୋଗାଣର ଏକ ବିକଳ୍ପ ବ୍ରଡବ୍ୟାଣ୍ଡ୍ ସଂଯୋଗ ପ୍ରଦାନ କରୁଛି । ଏହି ସଂଯୋଗର ଉଲ୍ଲେଖନୀୟ ଲାଭଗୁଡ଼ିକୁ ଜାଣିବା ପରେ ଗ୍ରାହକମାନେ ଇଚ୍ଛାକଲେ ନିରବଚ୍ଛିନ୍ନ ଭାବେ ହାଇ ସ୍ପିଡକୁ ଅପଗ୍ରେଡ୍ ହୋଇପାରିବେ ।

Get real time updates directly on you device, subscribe now.