fbpx

VANIK କୋଚିଂ ସେଣ୍ଟର ଉପରେ GST ରେଡ୍: ଓଡ଼ିଶା ଓ କୋଲକାତାରେ ଚଢ଼ାଉ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରୁ ଆଜି ଏକ ବଡ଼ ଖବର ଆସିଛି । ରାଜଧାନୀର ଏକ ଜଣାଶୁଣା କୋଚିଂ ସେଣ୍ଟର ଭାବେ ପରିଚିତ ଥିବା ବାଣିକ୍ କୋଚିଂ ସେଣ୍ଟର ଉପରେ ଆଜି ଦ୍ରବ୍ୟ ଓ ସେବା କର (ଜିଏସଟି) ନେଇ ରେଡ୍ କରାଯାଇଛି । ଡାଇରେକ୍ଟୋରେଟ୍ ଅଫ୍ ଜିଏସଟି ଇଣ୍ଟେଲିଜେନ୍ସ ପକ୍ଷରୁ ଏହି ରେଡ୍ କରାଯାଇଥିବା ଜଣାପଡ଼ିଛି ।

ତେବେ ଉଭୟ ଓଡ଼ିଶା ଓ କୋଲକାତାରେ ଜିଏସଟି ଚଢ଼ାଉ କରାଯାଇଥିବା ବେଳେ ଭୁବନେଶ୍ୱରରେ କେବଳ ୩ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ଜଣାପଡ଼ିଛି । ଏହି ଶିକ୍ଷାନୁଷ୍ଠାନ ଜିଏସଟି ଫାଙ୍କିଥିବା ନେଇ ଅଭିଯୋଗ ହୋଇଥିବା ସୂଚନା ମିଳିଛି । ତେବେ କୋଚିଂ ସେଣ୍ଟରର ସିଏମଡି ସୁବ୍ରତ ଛାଟୋଇଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ । ଏତେବଡ଼ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରାଯାଇ ଥିବାରୁ ଏହା ପଛରେ ଇଣ୍ଟେଲିଜେନ୍ସ ହାତରେ କିଛି ବଡ଼ ତଥ୍ୟ ଲାଗିଥିବା ଅନୁମାନ କରାଯାଉଛି ।

ସୂଚନାଯୋଗ୍ୟ ଯେ, ରାଜଧାନୀରେ ବାଣିକ କୋଚିଂ ସେଣ୍ଟରର ଏକାଧିକ ବ୍ରାଞ୍ଚ ରହିଛି । ଏହି କୋଚିଂ ସେଣ୍ଟରରେ ଛାତ୍ରଛାତ୍ରୀମାନେ ଅନେକ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥାନ୍ତି । ସେଠାରେ ବ୍ୟାଙ୍କିଂ, ରେଲୱେ, ଷ୍ଟାଫ ସିଲେକ୍ସନ କମିଶନ (ଏସଏସସି), ସିଟି/ ବି.ଏଡ୍, ଓଏଏସ, ଆଇଏଏସ, ଏଏସଓ ସହିତ ଅନ୍ୟାନ୍ୟ ଟେକ୍ନିକାଲ ପରୀକ୍ଷା ପାଇଁ କୋଚିଂ ଦିଆଯାଇଥାଏ । ହଠାତ୍ ବାଣିକ କୋଚିଂ ସେଣ୍ଟରରେ ଜିଏସଡି ରେଡ୍ କରାଯିବା ଖବର ଏବେ ରାଜଧାନୀରେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ଏପରି ସ୍ଥିତିରେ ଏହି ଶିକ୍ଷାନୁଷ୍ଠାନରୁ କୋଚିଂ ନେଇ ଭବିଷ୍ୟତର ସ୍ୱପ୍ନ ଦେଖୁଥିବା ହଜାର ହଜାର ଛାତ୍ରଛାତ୍ରୀଙ୍କ କ୍ୟାରିୟର ଏବେ ଆଶଙ୍କା ଆଡ଼କୁ ଠେଲି ହୋଇ ଯାଇଛି ।

Get real time updates directly on you device, subscribe now.