fbpx

ଖାଇବା ପରେ ପାଣି ପିଉଥିଲେ ସାବଧାନ୍! ହୋଇପାରେ ଏପରି ସମସ୍ୟା

କିଛି ଲୋକ ଖାଦ୍ୟ ଖାଇବା ସମୟରେ ପାଣି ପିଇଥାନ୍ତି । ଏବଂ ଯାହା ସ୍ୱାସ୍ଥ୍ୟ ପାଇଁ ଏକ ଗମ୍ଭୀର ସମସ୍ୟାର କାରଣ ହୋଇପାରେ । ଖାଦ୍ୟ ଖାଇବାର ଏକ ଘଣ୍ଟା ପୂର୍ବରୁ ପାଣି ପିଇନେବା ଉଚିତ୍ ବୋଲି ଆପଣ ନିଶ୍ଚୟ ଶୁଣିଥିବେ । ଖାଦ୍ୟ ଖାଇବା ସମୟରେ କିମ୍ବା ଖାଦ୍ୟ ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଉଚିତ୍ ନୁହେଁ ବୋଲି କୁହାଯାଇଛି ।

ଖାଦ୍ୟ ପାଟିରେ ପ୍ରବେଶ କରିବା ମାତ୍ରେ ଆମେ ଏହାକୁ ଚୋବାଇବା ଆରମ୍ଭ କରିଦେଇଥାଉ ଫଳରେ ଗ୍ରନ୍ଥିଗୁଡ଼ିକ ଲାଳ ଉତ୍ପାଦନ ହେବା ସହ ଏନଜାଇମ୍ ପେଟରେ ଥିବା ଅମ୍ଳୀୟ ଗ୍ୟାଷ୍ଟ୍ରିକ୍ ରସ ସହିତ ମିଶି ଏକ ଘନ ତରଳ ସୃଷ୍ଟି କରିଥାଏ । ଏହି ତରଳ ପ୍ରଥମେ ଛୋଟ ଅନ୍ତନଳୀ ଦେଇ ଯାଇ ପୁଷ୍ଟିକର ଖାଦ୍ୟ ଗ୍ରହଣ କରେ ।

ଅତ୍ୟଧିକ ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ ଏବଂ ଯାହାଦ୍ୱାରା ଶରୀର ହାଇଡ୍ରେଟ ମଧ୍ୟ ହୋଇଥାଏ । କିନ୍ତୁ ଖାଇବା ମଝିରେ କିମ୍ବା ଖାଇବା ସଙ୍ଗେ ସଙ୍ଗେ ପାଣି ପିଇବା ଦ୍ୱାରା ସାଲାଇବା ଠିକ୍ ଭାବରେ କାର୍ଯ୍ୟକାରୀ ହୋଇ ନଥାଏ ଯାହା ଫଳରେ ହଜମ ପ୍ରକ୍ରିୟାରେ ବାଧା ସୃଷ୍ଟି ହୋଇଥାଏ ।

ଅନେକ ଲୋକ ଭାବନ୍ତି ଯେ, ପାଣି ପିଇବା ଦ୍ୱାରା ପେଟ ଏସିଡ୍ ଏବଂ ହଜମକାରୀ ଏନଜାଇମ୍ ମିଶ୍ରିତ ହୁଏ ଏବଂ ପରେ ସଠିକ୍ ଭାବରେ ହଜମ ହୁଏ । କିନ୍ତୁ ଏହା ସଂପୂର୍ଣ୍ଣ ରୂପେ ଭୁଲ ଅଟେ । କାରଣ ଖାଦ୍ୟ ଖାଇବା ସମୟରେ ପାଣି ପିଇବା ଦ୍ୱାରା ଖାଦ୍ୟ ହଜମ ହେବା ଉପରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ପଡିଥାଏ । ଏହାସହ ଶରୀର ଧୀରେ ଧୀରେ ମୋଟା ହେବା ଆରମ୍ଭ ହୋଇଯାଏ ଓ ଶରୀରର ଆକୃତି ମଧ୍ୟ ଖରାପ ହୋଇଯାଏ ।

Get real time updates directly on you device, subscribe now.