Apple ଭାରତରେ ଲଞ୍ଚ କଲା iPad Air, ମିଳିବ M3 Chip ସହିତ Magic Keyboard
ଆପଲ୍ ଏହାର ନୂଆ ଆଇପ୍ୟାଡ୍ ଏୟାର୍ ଲଞ୍ଚ କରିଛି । ଦାମ୍ ଅନୁସାରେ ରହିଛି ଦମଦାର୍ ଫିଚର ।
ନୂଆଦିଲ୍ଲୀ: ଆପଲ୍ ନୂଆ ଆଇପେଡ୍ ଏୟର ଲଞ୍ଚ କରିଛି । ଏହା ଏମପି 3 ଚିପ୍ ସହିତ ଆସିଥାଏ । ଏହି ଲାଟେଷ୍ଟ ଚିଫ୍ ଦ୍ବାରା ଏହି ଲାଟେଷ୍ଟ ପ୍ରଡକ୍ଟରେ ଉନ୍ନତ କାର୍ଯ୍ୟଦକ୍ଷତା ଏବଂ ଉନ୍ନତ AI ଫିଚର ମିଳିବ । ଏହି ନୂତନ ଆପଲ୍ ଆଇପ୍ୟାଡ୍ ଦୁଇଟି ସ୍କ୍ରିନ୍ ଆକାରରେ ଲଞ୍ଚ କରାଯାଇଛି । ଏହା ଲାଇଟଓ୍ବେଟ ପ୍ରଡକ୍ଟ ଅଟେ ।
ନୂତନ ଆପଲ୍ ଆଇପ୍ୟାଡ୍ ଏୟାର୍ରେ ଏକ ନୂତନ ଭାବରେ ପୁନଃଡିଜାଇନ୍ କରାଯାଇଥିବା ମ୍ୟାଜିକ୍ କୀବୋର୍ଡ ଏବଂ ଉନ୍ନତ ଗ୍ରାଫିକ୍ସ ଆର୍କିଟେକ୍ଚର ରହିଛି । ଏଥିରେ ନୂତନ M3 ଚିପସେଟ୍ ବ୍ୟବହାର କରାଯାଇଛି, ଯାହା M1 ଚିପ୍ ତୁଳନାରେ ଦୁଇଗୁଣ ଦ୍ରୁତ କାର୍ଯ୍ୟଦକ୍ଷତା ଦେଇପାରିବ ।
iPad Air M3 କୁ ନୂତନତମ iPadOS ସହିତ Apple Intelligence ର ସମର୍ଥନ ମିଳିବ । ଏଥିରେ ଅପ୍ସନାଲ 5ଜି କନେକ୍ଟିଭିଟିର ଅପ୍ସନ ମିଳିବ । ଯାହା ପାଇଁ ବ୍ୟବହାରକାରୀମାନଙ୍କୁ ସେଲ୍ୟୁଲାର ଭାରିଆଣ୍ଟ କିଣିବାକୁ ପଡିବ । ଏହି ନୂତନ iPadରେ ଏକ USB-C ପୋର୍ଟ ଦିଆଯାଇଛି । ୧୧ ଇଞ୍ଚ ଏବଂ ୧୩ ଇଞ୍ଚ ଦୁଇଟି ସ୍କ୍ରିନ୍ ପାଇବେ। ଆପଲ୍ ଇଣ୍ଟେଲିଜେନ୍ସ ସହାୟତାରେ, ଏହି ଫିଚରକୁ ଅନ୍ତର୍ଭୁକ୍ତ କରାଯିବ ।
Apple iPad Airର ଦାମ୍- iPad Air M3 ର ପ୍ରି-ଅର୍ଡର ମାର୍ଚ୍ଚ 4 ରୁ ଆରମ୍ଭ ହୋଇଛି ଏବଂ ଏହାର ବିକ୍ରୟ ମାର୍ଚ୍ଚ 12 ରୁ ଆରମ୍ଭ ହେବ । ଏହି ହ୍ୟାଣ୍ଡସେଟ୍ ଦୁଇଟି ଡିସପ୍ଲେ ଆକାର ଏବଂ ଚାରୋଟି ଯଥା ନୀଳ, ବାଇଗଣୀ, ଷ୍ଟାରଲାଇଟ୍ ଏବଂ ସ୍ପେସ୍ ଗ୍ରେ ରଙ୍ଗରେ ଉପଲବ୍ଧ । 11-inch iPad Air (Wi-Fi)ର ପ୍ରାରମ୍ଭିକ ମୂଲ୍ୟ 59 ହଜାର 900 ଟଙ୍କା ରହିଛି । 11-inch iPad Air with Wi-Fi + Cellular ଭାରିଆଣ୍ଚର ପ୍ରାରମ୍ଭିକ ମୂଲ୍ୟ 74 ହଜାର 900 ରହିଛି ।