fbpx

Apple ଆଣୁଛି ଏହାର ଶସ୍ତା 5G iPhone, ଏହା ରହିବ ଖାସ୍

ନୂଆଦିଲ୍ଲୀ: iPhone 13କୁ ନେଇ ଚର୍ଚ୍ଚା ହେଉଥିବା ବେଳେ ଏବେ iPhone ପ୍ରେମୀଙ୍କ ପାଇଁ ଆଉ ଏକ ଖୁସିଖବର । ଖୁବଶୀଘ୍ର କମ୍ପାନୀ ଏହାର ପ୍ରଥମ ଶସ୍ତା ୫ଜି ଫୋନ ଲଞ୍ଚ କରିବାକୁ ଯାଉଛି । ଏହା ସହ ଆସିବାକୁ ଥିବା ଫୋନରେ ଆଇଫୋନର ସବୁଠୁ ଶକ୍ତିଶାଳୀ ଚିପସେଟ ମଧ୍ୟ ଦେଖିବାକୁ ମିଳିବ ।

ଏକ ରିପୋର୍ଟ ଅନୁସାରେ iPhone SE (2022) 2022ର ପ୍ରଥମ ତୈମାସିକରେ ଲଞ୍ଚ ହୋଇପାରେ । ଏହା ଆଇଫୋନ ଏସଇ ୨୦୨୦ର ଲେଟେଷ୍ଟ ଭର୍ଜନ ଭାବରେ ଲଞ୍ଚ ହେବ ଏବଂ ଏଥିରେ ଏ୧୫ ବାୟୋନିକ ଚିପସେଟ ରହିବ ଯାହା ଗତ ମଡେଲ ତୁଳନାରେ ଆହୁରି ଅଧିକ ବ୍ୟାଟେରୀ ଲାଇଫ ପ୍ରଦାନ କରିବ ।

ଆଇଫୋନ ଏସଇ୨୦୨୨ରେ  ୫ଜି ସପୋର୍ଟ ମିଳିଲେ ବି ଏହା ଦେଖିବାକୁ ସଂପୂର୍ଣ୍ଣ ଭାବେ ୨୦୨୦ ମଡେଲ ଭଳି ରହିବ । କିନ୍ତୁ ଆପ୍ପଲ ଏଥିରେ ୫ ଏନଏମ ଏ୧୫ ବାୟୋନିକ ଚିପ୍ ଯାହା ଆଇଫୋନ ୧୩ରେ ରହିଛି ତାହା ଦେବାକୁ ଯାଉଛି । ଯାହା ଏହି ଫୋନକୁ କମ୍ପାନୀର ସୁଲଭ ୫ଜି ଫୋନ କରିଥାଏ । ଏହି ଚିପ୍ ଆପଲର ସବୁଠାରୁ ଶକ୍ତିଶାଳୀ ଚିପ୍ ଅଟେ । ପୂର୍ବ ଆଇଫୋନ ଏସଇରେ ଏ୧୩ ବାୟୋନିକ ଚିପ୍ ର ବ୍ୟବହାର କରାଯାଇଛି ।

Get real time updates directly on you device, subscribe now.