fbpx

‘ସ୍ୱାମୀ କହୁଛି ମୋତେ ମାରିଦେବ’; ଭିଡିଓ କରି ନ୍ୟାୟ ମାଗିଲେ ମହିଳା

Advertisement

‘ମୋ ସ୍ୱାମୀ କହୁଛି ମୋର ମର୍ଡର କରିବ, ଯାହା କରିବାର ଅଛି କର’… ନିଜ ସ୍ୱାମୀ କିଛି ଏଭଳି ଧମକ ଦେଇଥିବା ଅଭିଯୋଗ କରିଛନ୍ତି ଖୋର୍ଦ୍ଧା ଟାଙ୍ଗୀର ଜନୈକ ମହିଳା । ମାମଲାରେ ସେ କୋର୍ଟ ଥାନା ସବୁ ସ୍ଥାନରୁ ନିରାଶ ହେବା ପରେ ସୋସିଆଲ ମିଡିଆରେ ଏକ ଭିଡିଓ ମାଧ୍ୟମରେ ମାଗିଛନ୍ତି ସାହାଯ୍ୟ । ପୂର୍ବରୁ ଏନେଇ ଏକ ଭିଡ଼ିଓ ମାଧମ୍ୟରେ ଅନୁରୋଧ କରିଥିବା ବେଳେ ପୁଣିଥରେ ଏକ ଭିଡିଓ ଜାରି କରି ଏହି ମାମଲାରେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି । ସେ ଅଭିଯୋଗ କରିଛନ୍ତି ଓକିଲ ଭୂୟାଁ ବୁଲାଉଛନ୍ତି ମହିଳା । ସେପଟେ ଥାନାରେ ମଧ୍ୟ ଏଫଆଇଆର ରଖୁନଥିବା ଅଭିଯୋଗ କରିଛନ୍ତି ମହିଳା । ଭିଡିଓ ମାଧ୍ୟମରେ ନ୍ୟାୟ ମାଗିଛନ୍ତି ମହିଳା ।

ସୂଚନାଯୋଗ୍ୟ, ମହିଳା ଜଣକ ପ୍ରେମବିବାହ କରିଥିଲେ । କିନ୍ତୁ ଝିଅ ଜନ୍ମ ହେବା ପରେ ଆରମ୍ଭ ହେଲା ନିର୍ଯ୍ୟାତନା । କେବଳ ସ୍ୱାମୀ ନୁହେଁ ଶାଶୁ ଘର ଲୋକ ମଧ୍ୟ ନିର୍ଯ୍ୟାତନା ଦେବା ଆରମ୍ଭ କଲେ । ଆଉ ଏବେ ସ୍ୱାମୀ ଦ୍ୱିତୀୟ ବିବାହ କରିବାକୁ ଚାହୁଁଥିବା ବେଳେ ଥାନାରେ ମଧ୍ୟ ଅଭିଯୋଗ ରଖୁନାହିଁ । ଏମିତି କିଛି ଅଭିଯୋଗ ନେଇ ଟାଙ୍ଗୀର ଜନୈକ ମହିଳା ନିଜର ଦୁଃଖ କାହାଣୀ ଶୁଣାଇଛନ୍ତି ।

ଟାଙ୍ଗୀର ଏହି ମହିଳା ଜଣକ ପ୍ରେମ କରି ଘରୁ ପଳାଇ ଯାଇ ବିବାହ କରିଥିଲେ । ବିବାହର ୩ ବର୍ଷ ଯାଏଁ ମହିଳାଙ୍କୁ ତାଙ୍କ ବାପ ଘରକୁ ଛାଡିନଥିଲେ । ଜାତି ପ୍ରଥା ସହିତ ଜାତକର ଦ୍ୱାହି ଦେଇ ୩ ବର୍ଷ ଅଟକ ରଖାଯାଇଥିଲା । ଏପରିକି ପ୍ରସବ ସମୟରେ ତାଙ୍କ ମାଙ୍କୁ ମଧ୍ୟ ଭେଟିବାକୁ ଦିଆଯାଇନଥିଲା । ଝିଅ ଜନ୍ମ ପରେ ଦୋଷ ଲଦିବା ସହିତ ନିର୍ୟାତନା ଆରମ୍ଭ ହୋଇଥିଲା । ଶାଶୁଙ୍କ ମାଡରେ ମୁଣ୍ଡ ଫାଟିବା ପରେ ଥାନାର ଦ୍ୱାରସ୍ଥ ହୋଇଥିଲେ । ଏହାପରେ ଉଭୟ ଗ୍ରାମର ସରପଞ୍ଚ ଓ ଅନ୍ୟାନ୍ୟ ମୁରବୀ ଶ୍ରେଣୀୟ ଲୋକଙ୍କ ଦ୍ୱାରା ଘଟଣାର ସମାଧାନ ପାଇଁ ପ୍ରୟାସ କରାଯାଇଥିଲା । ତେବେ ବର୍ତ୍ତମାନ ଯୁବକ ଜଣଙ୍କ ଆଉ ଏକ ବିବାହ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ମହିଳା ଜଣଙ୍କ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.