fbpx

+୨ ନାମଲେଖା ପାଇଁ କେବେଠୁ ଆରମ୍ଭ ହେବ ଆବେଦନ? ତାରିଖ ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ +୨ ନାମଲେଖା ପାଇଁ ଆଜି ତାରିଖ ଘୋଷଣା କରିଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀଙ୍କ କହିବା ମୁତାବକ, ଜୁଲାଇ ୨୦ରୁ ଅଗଷ୍ଟ ୧୦ ଯାଏଁ ଛାତ୍ରଛାତ୍ରୀମାନେ +୨ ନାମଲେଖା ପାଇଁ ଆବେଦନ କରିପାରିବେ । ଛାତ୍ରଛାତ୍ରୀମାନେ ସାମ୍ସ ପୋଟାର୍ଲରେ ନାମଲେଖା ପାଇଁ ଆବେଦନ କରିପାରିବେ ।

ଏହା ସହ ମନ୍ତ୍ରୀ କହିଛନ୍ତି ଯେ, ‘ସିବିଏସଇ ଓ ଆଇସିଏସଇ ରେଜଲ୍ଟ ବାହାରି ନାହିଁ । ଆବଶ୍ୟକ ହେଲେ ଆବେଦନ ତାରିଖ ଘୁଞ୍ଚାଯିବ । ସିଟ୍ ସମସ୍ୟା ଉପୁଜିଲେ ଆବଶ୍ୟକ ସ୍ଥଳେ ସିଟ୍ ବଢ଼ାଯିବ ।’

Get real time updates directly on you device, subscribe now.